କୋଣାର୍କ: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ପର୍ଯ୍ଯଟନ ଦିବସ ପାଳିତ ହୋଇଯାଇଅଛି। କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ପର୍ଯ୍ୟଟନ ଦିବସ ସମାରୋହରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାଭିୟର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ଛାତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଏନ୍ସିସିର ଛାତ୍ରଛାତ୍ରୀମାନଙ୍କୁ ନେଇ ସୂର୍ଯ୍ୟ ମନ୍ଦିର ସଂଲଗ୍ନ ଅଂଚଳରେ ସଫେଇ କାର୍ଯ୍ୟକ୍ରମ ଓ ପର୍ଯ୍ୟଟନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଅତିଥି ଦେବ ଭବୋ ନାରାରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ଫୁଲ ଚନ୍ଦନ ଅର୍ପଣ କରାଯାଇ ଆତିଥେୟତା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି, ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ଅଭୟ ମଲ୍ଲ, ଜାଭିୟର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟର ନିର୍ଦେଶକ ସଂଜୟ କୁମାର ନାୟକ ଓ ଶିକ୍ଷକ ଭାଗୀରଥୀ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।
ଅନୁଷ୍ଟିତ କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ପଦ୍ମ ଚରଣ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ।
Konark | puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/27/konark-2025-09-27-20-03-36.jpg)