ଟ୍ରାକ୍ଟର ଚାଳକଙ୍କୁ ଅପହରଣ ଘଟଣା :ତୃତୀୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ପୁରୀ: ଶ୍ରୀମନ୍ଦିରକୁ ଜାଳେଣି କାଠ ଯୋଗାଣ କରୁଥିବା ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗରେ ଆଜି ଟାଉନ ଥାନା ପୁଲିସ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆହୁରି ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ପ୍ରକାଶଥାଉକି, ୨୦୧୮ ଡିସେମ୍ବର ୧୯ ତାରିଖ ରାତିରେ ଶ୍ରୀମନ୍ଦିରକୁ ଜାଳେଣି କାଠ ନେଇ ଆସିଥିଲେ ଗୋରୁଆଳ ଅଙ୍କିପାଟଣା ଗ୍ରାମର ଟ୍ରାକ୍ଟର ଡ୍ରାଇଭର ଚରଣ ପ୍ରଧାନ (୩୫)। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଖୁଣ୍ଟିଆ ସାହିର ଭୀମସେନ ଖୁଣ୍ଟିଆ (୩୬), ଲୋକନାଥ ରୋଡ୍ ସାଗରପଡ଼ିଆ ଗଳିର ଶିବ ଓରଫ୍‌ ସତ୍ୟନାରାୟଣ ସାମନ୍ତରା (୨୮) ଏବଂ ଅନ୍ୟ ଜଣେ ନାବାଳକ ସହିତ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତିନି ଜଣ ଯାକ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଚରଣଙ୍କୁ ଅପହରଣ କରିନେଇଥିଲେ। ପୁଲିସ ତନାଘନା ଚଳାଇ ଓଡ଼ିଆମଠ ନିକଟରୁ ଭୀମସେନ ଓ ଜଣେ ନାବାଳକକୁ ଧରିଥିବା ବେଳେ ଚରଣଙ୍କୁ ମଧ୍ୟ ଉଦ୍ଧାର କରିଥିଲା। ତେବେ ଏହି ମାମଲାରେ ଫେରାର ଥିବା ଶିବକୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର