ପୁରୀ: ବାର୍ହା ଆକ୍ରମଣରେ ୨ ଆହତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଂଚଳରେ ସୁନାମୁହିଁ ବିଟ୍‌ ହାସିନପୁର ଜଙ୍ଗଲରେ ଦୁଇ ଜଣଙ୍କୁ ବାର୍ହା ଆକ୍ରମଣ କରିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବାର କିଛି ସମୟ ପରେ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବ୍ରହ୍ମଗିରି ବନ ବିଭାଗ ପାଟ୍ରୋଲିଂ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗୁରୁବାର ସଂଧ୍ୟାରେ ହାସିନପୁର ଗାଁର ଶରବ ଭୋଳ(୪୫) ଓ ଜିତେନ୍ଦ୍ର ମହାନ୍ତି(୫୦) ନିଜ ବାଡି ପଟ ଜଙ୍ଗଲକୁ ଯାଇଥିବା ବେଳେ ହଠାତ ଏକ ବାର୍ହା ପଲ୍ଲ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ଦୁଇ ଜଣ ଦୈାଡୁଥିବା ବେଳେ ଗୋଡାଇ ଗୋଡାଇ ଝୁଣି ଚାଲିଥିଲେ । ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚ ଯିବାରୁ ଦୁଇ ଜଣଙ୍କୁ ଛାଡି ବାର୍ହା ଜଙ୍ଗଲ ଭିତରକୁ ପଳାଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଗାଁ ଲୋକେ ଉଦ୍ଧାର କରି ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଥିଲାା ଦୁଇ ଜଣଙ୍କର ଗୋଡ, ହାତ ଓ ପିଠିରେ ଗଭିର ଆଘାତ ଲାଗିଛି ।

ସମ୍ବନ୍ଧିତ ଖବର