କୋଣାର୍କ : କୋଣାର୍କ ଏନ୍ଏସି ଅଂଚଳରେ ପରିମଳ କାର୍ଯ୍ୟ ପାଇଁ ନିଯୁକ୍ତ ଏକ ଠିକା ସଂସ୍ଥାର ବିଲ୍ କରାଇବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି। ସଂପୃକ୍ତ ଠିକା ସଂସ୍ଥା ଠାରୁ ଅଭିଯୋଗ ପାଇ ଡିଏସ୍ପି ସୁଶାନ୍ତ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ୬ ଜଣିଆ ଟିମ୍ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲା। କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମନୋଜ ଭଂଜ ଓ କନିଷ୍ଠ ସହାୟକ ନରେନ୍ଦ୍ର ବାରିକ ସଂପୃକ୍ତ ଘରୋଇ ସଂସ୍ଥାର କର୍ମଚାରୀଙ୍କଠାରୁ ଏଗାର ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରୁ ଟଙ୍କା ଜବତ କରିବା ସହ ଟଙ୍କା ନେଉଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଭିଜିଲାନ୍ସ ଟିମ୍ ପରିମଳ ସଂପର୍କିତ କାଗଜପତ୍ର ଜବତ କରଛି। ତେବେ ବିନା ଟେଣ୍ଡର୍ରେ ସୁପାରିସ ଭିତ୍ତିରେ ହୋଇଥିବା କାର୍ଯ୍ୟାଦେଶକୁ ନେଇ ବିଲ୍ ପ୍ରସ୍ତୁତିରେ ସମସ୍ୟା ଥିବାରୁ ଲାଞ୍ଚ କାରବାର ହେଉଥିବା ଚର୍ଚା ହେଉଛି।
କୋଣାର୍କ ଏନ୍ଏସିରେ ଭିଜିଲାନ୍ସ ଚଢ଼ାଉ : ଲାଞ୍ଚ ନେଇ ୨ କର୍ମଚାରୀ ଗିରଫ
/sambad/media/post_attachments/wp-content/uploads/2018/07/konark-vigilance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)