ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ ପ୍ରତିବାଦରେ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାରୋକ, ଯାତାୟତ ବାଧାପ୍ରାପ୍ତ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଜଣେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ ପ୍ରତିବାଦରେ ଗ୍ରାମବାସୀମାନେ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାରୋକ କରିଥିବା ଜଣାଯାଇଛି। ସେମାନେ ଗିରଫ ଯୁବକଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି। ରାସ୍ତାରୋକ ଫଳରେ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ କାଣ୍ଡଗଡ଼ା କଲେଜ ନିକଟରୁ ଦୀପାଞ୍ଜଳି ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପୂର୍ବରୁ ଗତ ୮ ତାରିଖ ଦିନ ନିରଞ୍ଜନ ବେହେରା ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବେହେରା ନିଖୋଜ ହୋଇଥିବା ନେଇ ବ୍ରହ୍ମଗିରି ଥାନାରେ ଏତଲା ଦେଇଥିଲେ। ମୃତଦେହ ଉଦ୍ଧାର ପରେ ଦୀପାଞ୍ଜଳିଙ୍କୁ ଯୌତୁକଜନିତ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଚନ୍ଦନପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ନିରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା। ତାଙ୍କ ଜାମିନ ମଞ୍ଜୁର ହେବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଥିଲା। କିନ୍ତୁ ଏହି ହତ୍ୟାକାଣ୍ଡରେ ନିରଞ୍ଜନ ବେହେରାଙ୍କ ହାତ ନଥିବା ଏବଂ ଅନ୍ୟମାନେ ଏହି କାଣ୍ଡ ଭିଆଇଥିବା ଅଭିଯୋଗ କରି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର