ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଜାଡିପୁର ଗାଁର ନିରଞ୍ଜନ ବରାଳଙ୍କ ପତ୍ନୀ ଲିପାଞ୍ଜଳିଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ରହ୍ମଗିରି ଥାନା ଅର୍ନ୍ତଗତ କାଣ୍ଡଗୋଦା ଗାଁ କଲେଜ ନିକଟରୁ ତାଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ଲିପାଞ୍ଜଳି ଗତ ୭ ତାରିଖରୁ ନିଖୋଜ ଥିଲେ। ବ୍ରହ୍ମଗିରି ପୁଲିସ ଘଟଣାର ଛାନଭିନ ଜାରି ରଖିଛି।