ପୁରୀ: ସ୍ତ୍ରୀ ଟଙ୍କା ନଦେବାରୁ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ, ମୃତଦେହକୁ ଘର ଭିତରେ ତାଲା ପକାଇ ଫେରାର

ପୁରୀ: ମଦ ପିଇବା ଓ ଜୁଆ ଖେଳିବା ପାଇଁ ଟଙ୍କା ନମିଳିବାରୁ ସ୍ୱାମୀ ନୃଶଂସ ହୋଇ ପଡ଼ିଛି। ନିଜର ଅର୍ଦ୍ଧାଙ୍ଗିନୀକୁ ନୃଶଂସ ଭାବରେ ହତ୍ୟା କରିବା ପାଇଁ ଟିକେ ବି ସଙ୍କୋଚ କରି ନାହିଁ। ହତ୍ୟା ପରେ ନିର୍ଦୟ ସ୍ୱାମୀ ମୃତଦେହକୁ ତାଲା ପକାଇ ଫେରାର ହୋଇଯାଇଛି। ପୁରୀ ଟାଉନ୍‌ ଥାନା ଅନ୍ତର୍ଗତ ଚିତ୍ରକର ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଥିବା ପୁଲିସ କହିଛି।

ସୂଚନା ଅନୁସାରେ ଟାଉନ୍‌ ଥାନା ଅନ୍ତର୍ଗତ ଚିତକର ସାହିରେ ଲକ୍ଷ୍ମୀ ପ୍ରଧାନଙ୍କ ବାପଘର। ଲକ୍ଷ୍ମୀ ପୁରୀ ସହରର ଚାରିନଳା ନିବାସୀ ଗଦାଧର ପ୍ରଧାନଙ୍କୁ ବିବାହ କରିଥିଲେ। ଗଦାଧର ଜୁଆଖେଳ ଓ ମଦ ପିଇବାରେ ଅଧିକାଂଶ ସମୟ ବ୍ୟସ୍ତ ରହୁଥିଲା। ବାରମ୍ବାର ବୁଝାସୁଝା କଲା ପରେ ମଧ୍ୟ ଗଦାଧରର ପ୍ରକୃତି ବଦଳୁ ନଥିଲା। ଏଇଥି ପାଇଁ କିଛି ଦିନ ହେବ ଲକ୍ଷ୍ମୀ ନିଜ ବାପ ଘରେ ରହୁଥିଲା।

ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥଲେ ଲକ୍ଷ୍ମୀ। ବିଭିନ୍ନ ଛୋଟମୋଟ କାମ କରି ସେ ପରିବାର ଚଳାଉଥିଲେ। ମାତ୍ର ମଦ୍ୟପ ଓ ଜୁଆଡିଆ ସ୍ୱାମୀ ଯୋଗୁଁ ସେ ସବୁବେଳେ ମାନସିକ ଚିନ୍ତାରେ ଥିଲେ। ଆଜି ଗଦାଧର ଶ୍ୱଶୁର ଘରକୁ ଅଚାନକ ପହଞ୍ଚି ଲକ୍ଷ୍ମୀକୁ ତଣ୍ଟିଚିପି ହତ୍ୟା କରିଥିଲା ଏବଂ ଗୋଟିଏ ଘର ଭିତରେ ମୃତଦେହକୁ ବନ୍ଦ କରି ଫେରାର ହୋଇଯାଇଥିଲା। ପରେ ପୁଲିସ ଗଦାଧରକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର