ବାଇକକୁ ପିଟିଲା ହାଇୱା, ମହିଳା ଗୁରୁତର

ବାଇକକୁ ପିଟିଲା ହାଇୱା, ମହିଳା ଗୁରୁତର

ବାମନାଳ: ନିମାପଡ଼ା ମୁଖ୍ୟ ବଜାର ଦୋଳବେଦୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକ୍ କୁ ପଛପଟୁ ପିଟିଲା ବାଲି ବୋଝେଇ ହାଇୱା। ଘଟଣା ସ୍ଥଳରେ ବାଇକରେ ବସିଥିବା ମହିଳା ଅସାଲ ଗ୍ରାମର ପୂଜାସ୍ମିତା ସାହୁ(୨୭)ଜଣଙ୍କ ତଳକୁ ଖସିପଡ଼ିଥିଲେ। ହାଇୱା ତାଙ୍କ ଦୁଇଟି ଗୋଡ଼ ଉପରେ ଚଢ଼ି ଯାଇଥିଲା।

ମହିଳାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ହାଇୱାକୁ ଭଙ୍ଗାରୁଜା କରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗିରହିଥିବା ବେଳେ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe