ପୁରୀ: ଡେଲାଙ୍ଗ-ପିପିଲି ରାସ୍ତା କଡ଼ରେ ଯୁବକଙ୍କ କଟା ମୁଣ୍ଡ ଏବଂ ଗଣ୍ଡି ଠାବ କଲେ ଗ୍ରାମବାସୀ, ଅଟୋରେ ନିଆଯାଉଥିଲା ମୃତଦେହ

ପୁରୀ: ଡେଲାଙ୍ଗ-ପିପିଲି ରାସ୍ତା କଡ଼ରେ ଯୁବକଙ୍କ କଟା ମୁଣ୍ଡ ଏବଂ ଗଣ୍ଡି ଠାବ କଲେ ଗ୍ରାମବାସୀ, ଅଟୋରେ ନିଆଯାଉଥିଲା ମୃତଦେହ
ଡେଲାଙ୍ଗ: ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅଞ୍ଚଳରୁ ମଙ୍ଗଳବାର ରାତି ୯ଟା ୩୦ରେ ଜଣେ ଯୁବକଙ୍କ କଟା ମୁଣ୍ଡ ଏବଂ ଗଣ୍ଡି ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ତରବୋଇ ଗାଁ ଠାରୁ ମାତ୍ର ୧୦୦ ମିଟର ଦୂରରେ ନୂଅାଁ କରି କିଣାଯାଇଥିବା ଏକ ସିଏନ୍‌ଜି ଅଟୋରେ ଯୁବକଙ୍କୁ ହତ୍ୟା କରି କୁଆଡେ ଫିଙ୍ଗିବାକୁ ନିଆଯାଉଥିଲା। ପିପିଲି ଅଭିମୁଖେ ଯାଉଥିବା ଅଟୋ ଚାଳକ ତରବରିଆ ଭାବରେ ଗାଡି ଚଳାଉଥିବାରୁ କଟା ମୁଣ୍ଡ ଗଳି ପଡ଼ିଥିଲା। ଏହି ଘଟଣାକୁ ଗ୍ରାମର କିଛି ଲୋକ ଦେଖିବା ପରେ ଅଟୋ ଚାଳକ ବ୍ୟସ୍ତ ହୋଇ ପଡ଼ିଥିଲା। ସନ୍ଦେହ ହେବାରୁ ସେମାନେ ଅଟୋ ପାଖକୁ ଯିବା ସମୟରେ ଗାଡିରେ ମୁଣ୍ଡ ବିହୀନ ଶରୀରକୁ ଚାଳକ ତଳେ ଗଡାଇ ଦେଇଥିଲା।

ଗ୍ରାମବାସୀଙ୍କ କହିବା ଅନୁସାରେ ଅଟୋ ପଛରେ ୩ଟି ବାଇକ୍‌ରେ ପ୍ରାୟ ୫ ଜଣ ଲୋକ ଆସୁଥିଲେ। ଗ୍ରାମବାସୀ ରୁଣ୍ଡ ହୋଇଥିବା ଜାଣିପାରି ସେମାନେ ପଛଘୁଂଚା ଦେଇ ଫେରାର ହୋଇ ଯାଇଥିଲେ। ଗାଁଲୋକେ ଅଟୋ ଚାଳକକୁ କାବୁ କରିବା ପରେ ଡେଲାଙ୍ଗ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ପୂର୍ବରୁ ସେମାନେ ଅଟୋ ଚାଳକଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଯୁବକଙ୍କୁ କିଛି ଘଣ୍ଟା ପୂର୍ବରୁ ଶକ୍ତ ଧାରୁଆ ହତ୍ୟା କରାଯାଇଛି।  ଅଭିଯୁକ୍ତ କିଏ ଓ କାହିଁକି ହତ୍ୟା କରାଯାଇଛି, ତାହା ତଦନ୍ତ ପରେ ଜଣାପଡ଼ିବ। ପୁଲିସ ଅଟୋ ଚାଳକଙ୍କ ପରିଚୟ ଦେଇନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳ ଉତ୍ତେଜନା ପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର