ଆମ୍ବ ବଗିଚାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ବ୍ରହ୍ମଗିରି: ପୁରୀ ସଦର ଥାନ ଅନ୍ତର୍ଗତ ପଥରପଦା ଗ୍ରାମ ନିକଟରେ ଏକ ଆମ୍ବ ବଗିଚାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ମୃତଦେହରେ କ୍ଷତ ଚିହ୍ନ ଥିବାରୁ  ଏହାକୁ ନେଇ ହତ୍ୟା ସନ୍ଦେହ ଉପୁଜିଛି।

ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଆମ୍ବ ବଗିଚାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେl ମୃତ ଯୁବକ ଦୁଇ ଦିନ ହେବ ନିଖୋଜ ଥିଲେl ତାଙ୍କ ନାମ ମାନସ ପ୍ରଧାନ(୨୨) ବୋଲି ଜଣା ପଡ଼ିଛିl ତାଙ୍କ ଘର ବାସୁଦେବପୁର ପଞ୍ଚାୟତ ବଣୁଆ ସାହିରେ। ଖବର ପାଇ ସଦର ଥାନା ପୁଲିସ ମାନସ ପ୍ରଧାନଙ୍କ ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ଲାଗି ପଠାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe