କୋଣାର୍କ (ସୁକାନ୍ତ ବିଶ୍ବାଳ):ପୁରୀଜିଲ୍ଲା କୋଣାର୍କ ଥାନା ଅଞ୍ଚଳରୁ ଗତକାଲି ଅପରାହ୍ଣରେ ଅପହରଣ କରାଯାଇଥିବା ଯୁବକଙ୍କୁ ପୁଲିସ ଟିମ୍ ଆଜି ହାତଗୋଡ଼ ବନ୍ଧାଯାଇଥିବା ଅବସ୍ଥାରେ ପାରାଦୀପରୁ ଉଦ୍ଧାର କରିଛି। ଏଥି ସହିତ ଅପହରଣକାରୀ ଦୁର୍ବୃତ୍ତମାନଙ୍କୁ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ, କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତାର ବନାଖଣ୍ଡି ଛକସ୍ଥିତ ଏଚ୍ପି ପେଟ୍ରୋଲ ପମ୍ପରୁ ତେଲ ପକାଇ ଭୁବନେଶ୍ବର ଅଂଚଳର ଦୁଇ ଜଣ ଯୁବକ ଆଗକୁ ବଢୁଥିଲେ। ଉଭୟଙ୍କ ମଧ୍ୟରୁ ଜୟ ଚକ୍ରବର୍ତ୍ତୀ(୩୫) ନାମକ ଜଣେ ଯୁବକଙ୍କୁ ଏକ ନାଲି ରଙ୍ଗ କାରରେ ୨/୩ ଜଣ ଯୁବକ ଅନୁସରଣ କରୁଥିଲେ। ଦୁର୍ବୃତ୍ତମାନେ କାର୍ରୁ ଓହ୍ଲାଇ ଜୟ ଚକ୍ରବର୍ତ୍ତୀଭ୍କୁ ଅଟକାଇ ଥିଲେ। ଜୟ କାର ଅଟକାଇବା ପରେ ତାଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରି ନେଇ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅଭିଯୋଗ ପାଇ କୋଣାର୍କ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିବା ସହ ଅତିରିକ୍ତ ଏସପି ସଚିନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏବଂ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ଓ କୋଣାର୍କ ପୁଲିସକୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମି ଗଠନ କରିଥିଲେ।
ଏହି ଘଟଣା ପରେ ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗ ତଥା ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ଅଶୋକ କୁମାର ସାହୁ ତୁରନ୍ତ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କୋଣାର୍କ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିବା ସହ ଅତିରିକ୍ତ ଏସପି ସଚିନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏବଂ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ଓ କୋଣାର୍କ ପୁଲିସକୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମି ଗଠନ କରିଥିଲେ। ଏହା ପରେ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ରାତିତମାମ ଚଢ଼ଉ କରାଯାଇଥିଲା। ପୁଲିସର ସ୍ବତନ୍ତ ଟିମ୍ ବୁଧବାର ହସ୍ତଗତହୋଇଥିବା ସୂଚନାକୁ ଆଧାର କରି ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଥିଲା।
ଅପହରଣ କରିବାର ୩୬ଘଣ୍ଟା ପରେ ପୁଲିସର ସ୍ୱତନ୍ତ୍ର ଟିମ୍ ଜଗତସିଂହପୁର ଜିଲ୍ଲାର ପାରାଦୀପ ଏକ ସ୍ଥାନରେ ଅପହୃତ ଯୁବକଙ୍କୁ ହାତଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା। ପୁଲିସ ସମସ୍ତ ଅପହରଣକାରୀଙ୍କୁ ଗିରଫ କରିଛି। ଅପହରଣକାରୀ ବ୍ୟବହାର କରିଥିବା କାର୍ଟିକୁ ମଧ୍ୟ ପୁଲିସ ଜବତ କରିଥିବା ସୂଚନା ମିଳିଛି। ଏନେଇ ଆସନ୍ତାକାଲି ପୁଲିସ ପକ୍ଷରୁ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଜଣାଇବେ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି।
Crime | puri | Konark