ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶର ଆଶିଷ ସେନାପତି (୨୬) ନାମକ ଜଣେ ଦେବୀ ନଦୀରେ ବୁଡ଼ିଯାଇ ନିଖୋଜ ହେବା ସୂଚନା ମିଳିଛି। ଗତକାଲି ଅପରାହ୍ନ ୫ ଟାରୁ ଏହି ଘଟଣା ଘଟିଥିଲା ବେଳେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ଲାଗିଥିଲେ ମଧ୍ୟ ଆଦ୍ୟାବଧି ଯୁବକଙ୍କର ପତା ମିଳୁନି।
ସୂଚନାନୁସାରେ ନିଖୋଜ ଯୁବକ ଆଶିଷର ଟିକିଏ ମୁଣ୍ଡ ଦୋଷ ରହିଛି। ବେଳେ ବେଳେ ବାତ ମଧ୍ୟ ମାରେ। ଗତକାଲି ଅପରାହ୍ନରେ ସେ ଶୌଚ ହେବା ପାଇଁ ନିଜ ଗାଁ ନିକଟସ୍ଥ ନଦୀକୂଳ ପାଣିରେ ପଶିଥିଲେ। ନଦୀରେ ବନ୍ୟା ପାଣି ନଦୀବନ୍ଧ ନିକଟକୁ ଲାଗିଥିବାରୁ ସେ ବାହାରେ ଚପଲ ଓ ପ୍ୟାଣ୍ଟ ପାଣିରେ ପଶି ଶୌଚ ହେଲା ବେଳେ ଆଶିଷ ଭାସି ଯାଇଥିବା କୁହାଯାଉଛି। ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହି ନଦୀର ଏଡବାଂଶ ଠାରୁ ରିଶୋଲ ପର୍ଯ୍ୟନ୍ତ ପାଣିରେ ପଶି ଖୋଜାଖୋଜି କଲେ ଯୁବକର ପତା ମିଳୁନି।
ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିଛି। ସବୁଠାରୁ ବଡ଼ କଥା ହେଲା ନଦୀରେ ବନ୍ୟା ପାଣିର ପ୍ରଖର ସ୍ରୋତ ଥିବାରୁ ଯୁବକ ଜଣକ କୁଆଡ଼େ ଭାସିଯିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/y.jpeg)