ଜୟପୁର: ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ପକ୍ଷରୁ ପୁଷପୁନି ଭେଟଘାଟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସମାଜର ସଭ୍ୟ, ସଭ୍ୟା ଭାଗ ନେଇଥିଲେ। ରାଜନହର ଛକରୁ ପାରମ୍ପରିକ ଢ଼େମସା, ରିଂଜୋଡ଼ି ଆଦି ନୃତ୍ୟ କରି ଶୋଭାଯାତ୍ରା କରି ଦଶରା ପଡ଼ିଆ ଠାରେ ପହଚିଂଥିଲେ। ଏହା ପୂର୍ବରୁ ମାଣ୍ଡିଆରେ ତିଆରି ଲନ୍ଦାକୁ ସୂର୍ଯ୍ୟମହଲ ପରିସରରେ ଥିବା ବଣ୍ଡାବାଘ ଦେବୀଙ୍କ ନିକଟରେ ପୂଜାଅର୍ଚ୍ଚନା କରାଯାଇଥିଲା।

Advertisment

କ‌ୋରାପୁଟ ଜିଲ୍ଲା ପରଜା ସମାଜ ସଭାପତି କମୁଳୁ ଜାନୀଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ସମ୍ମାନୀତ ଅତିଥି ଭାବେ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ, ଅବିଭକ୍ତ କେରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ସଭାପତି ହରିଶ ମୁଦୁଲି, ସରପଂଚ ସଂଘର ପୂର୍ବତନ ସଭାପତି ଭଗବାନ ମୁଦୁଲି, ବୁଦୁ ଜାନୀ, ଖଗପତି ଜାନି ପ୍ରମୁଖ ଯୋଗ ଦେଇଥିଲେ। ତ୍ରିନାଥ ମୁଦୁଲି ଶେଷରେ ଧନ୍ୟବାଦ ଦେଇଥିଲେ। ପରଜା ଭାଷା ସଂସ୍କୃତିକୁ ସୁରକ୍ଷା, ପୁଷ ପରବ, ଚୈତ ପରବକୁ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରାଯାଇଥିଲା। ଏଠାରେ ପରଜା ସମାଜର ଜନମରୁ ମରଣ ପର୍ଯ୍ୟନ୍ତ ନିତି ନିୟମ ବହିର ଉନ୍ମୋଚନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ର ପରଜା, ତୁଳା ବଡ଼ନାୟକ, ଲଇଛନ ମାଝୀ, ମଙ୍ଗଳଦେଇ ଜାନୀ, ବାସୁ ନାୟକ, ସୂର୍ଯ୍ୟନାରାୟଣ ଜାନୀ, ବୀଣା ମୁଦୁଲି, ରାମଚନ୍ଦ୍ର ମୁଦୁଲି, ପନକୁ ନାୟକ, ଜଗନ୍ନାଥ ମାଝୀ, ବାସୁ ଜାନୀ, ବଳଭଦ୍ର ମୁଦୁଲି, କୁରୁବଳ ମୁଦୁଲି, କମଳୁ ଭାତ ନାୟକ, ଲଇଛନ ମୁଦୁଲି ପ୍ରମୁଖ ଭାଗ ନେଇଥିଲେ।