କୋରାପୁଟ: ଆଦିବାସୀ ତାଲିକାରେ ସ୍ଥାନ ପାଉ ନାହାନ୍ତି ପୁଟିଆ ସମ୍ପ୍ରଦାୟର ଅଧିବାସୀ। ସିଡ୍ୟୁଲ୍ଡ ଟ୍ରାଇବ ଅଡର ଆମେଣ୍ଡମେଣ୍ଟ ଆକ୍ଟ -୧୯୫୬ ଅନୁସାରେ ଏହି ଉପଜାତିରେ ପାଇବାକୁ ଯୋଗ୍ୟ ହୋଇଥିବାବେଳେ ଏଥିରେ ସ୍ଥାନ ଦିଆଯାଉ ନ ଥିବା ଜଣାପଡିଛି। ଏନେଇ ଆଜି ପୁଟିଆ ସମାଜ ବିକାଶ ପରିଷଦ ଜିଲ୍ଲାପାଳ ଅବଦ୍ଦଲ ଏମ. ମହମ୍ମଦଙ୍କୁ ଭେଟି ଦାବି ଜଣାଇଛନ୍ତି ସଂଘର କର୍ମକର୍ତ୍ତା। ସଂଘର ସଭାପତି ଉଦ୍ଧବ ଗଲ୍ଲରୀ, ରତନୀ ଇରିଙ୍ଗିଆ, ଗଙ୍ଗାଧର ଗଲରୀ, ବିଶ୍ବରଞ୍ଜନ ଖିନଉତି ଓ ଜୟସେହୁ ରୁଣୀ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।
ଆଦିବାସୀଙ୍କ ତାଲିକାରେ ନାହିଁ ‘ପୁଟିଆ’
ଯୋଗ କରିବା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲାସଂଘ
/sambad/media/post_attachments/wp-content/uploads/2021/04/IMG_20210415_114200.jpg)