ନୀଳଗିରି: ଚାହୁଁ ଚାହୁଁ ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର। ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକସ୍ଥିତ ଢୋଲପୁର ଗ୍ରାମରେ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ରମାକାନ୍ତ ସିଂ ସକାଳ ୮ ଟା ସମୟରେ ଛେଳି ଚରାଇବା ପାଇଁ ଘର ନିକଟସ୍ଥ ଦେବଗିରି ପାହାଡକୁ ଯାଇଥିଲେ। ହେଲେ ନଟା ଭିତରୁ ହଠାତ ଏକ ୧୦ ଫୁଟ ଲମ୍ବର ଅଜଗର ରମାକାନ୍ତଙ୍କ ଏକ ଛେଳିକୁ ଆସି ଗିଳି ଦେଇଥିଲା।

Advertisment

ଶ୍ରମ ଖର୍ଚ୍ଚ କରି ଛୋଟରୁ ବଡ କରିଥିବା ଛେଳିକୁ ଅଜଗରଟି ଗିଳୁଥିବା ଦେଖି ମଧ୍ୟ କିଛି କରିପାରିନଥିଲେ ରମାକାନ୍ତ। ପରେ ନିକଟସ୍ଥ ଗ୍ରାମରୁ ଲୋକମାନଙ୍କୁ ଡାକି ଏକତ୍ରୀତ କଲା ବେଳକୁ ସାପଟି ଛେଳିଟିକୁ ସମ୍ପୂର୍ଣ୍ଣ ଭାବରେ ଗିଳିଦେଇଥିଲା। ସ୍ଥାନୀୟ ଲୋକେ କୂଳଡିହା ବନ ବିଭାଗକୁ ଅବଗତ କରାଇବାରୁ ବନ କର୍ମଚାରୀ ସାପଟିକୁ ଉଦ୍ଧାର କରି କୂଳଡିହା ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତି ପୂରଣ ଦାବି କରିଛନ୍ତି ଗରିବ ଚାଷୀ ଜଣକ।