ମାଲକାନଗିରି: ପୋଷାକ ରଖିବା ପାଇଁ ଆଲମାରୀ ଖୋଲିଲା ବେଳକୁ ବାହାରିଲା ବିଶାଳ ଅଜଗର…ତା’ପରେ କ’ଣ ହେଲା ଜାଣନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଜେଲ ସାହି ନିକଟରେ ବୁଧବାର ଅପରାହ୍ନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜେଲ ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଆଲମାରି ଭିତରୁ ବିରାଟ ବଡ଼ ଅଜଗର ବାହାରିବା ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ସୂଚନାଯୋଗ୍ୟ, ଜେଲ ସାହିରେ ବସବାସ କରୁଥିବା ସୁଷମା ଦେହୁରୀ ଆଜି ସକାଳେ କୌଣସି ଏକ ସ୍ଥାନକୁ ଯାଇଥିଲେ। ସେଠାରୁ ଫେରି ପୋଷାକ ରଖିବା ପାଇଁ ଆଲମାରୀ ଖୋଲିଥିଲେ। ଏହି ସମୟରେ ଆଲମାରୀ ଭିତରେ କ’ଣ ଗୋଟେ ହଲଚଲ .ହେଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ସେ ଲାଇଟ ମାରି ଦେଖିଲା ବେଳକୁ ଏକ ଅଜଗର ସାପ ଆଲମାରୀ ଭିତରେ ଗୁଡ଼ାଇ ହୋଇ ଶୋଇଥିଲା। ସେ ସେହି ସ୍ଥାନରୁ କିପରି ଆସିବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। କଳେବଳେ କୌଶଳେ ସୁଷମା ଘର ବାହାରକୁ ଚାଲି ଆସି ପାଖ ପଡୋଶୀଙ୍କୁ  ସାପ ଥିବା ଜଣାଇବା ପରେ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଖବର ଦିଆଯାଇଥିଲା। ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ୍‌ ସୁଶମାଙ୍କ ଘରେ ପହଞ୍ଚି ଆଲମାରି ଭିତରୁ ପାଖାପାଖି ୧୨ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିବା ସହିତ ୪ଟି ଅଣ୍ଡା ବି ପାଇଥିଲେ। ଏହାପରେ ବନବିଭାଗ ସାପ ସହିତ ଅଣ୍ଡାକୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର