୭ ଫୁଟର ଅଜଗର ଉଦ୍ଧାର

କୋରାପୁଟ : କୋରାପୁଟରୁ ଉଦ୍ଧାର ହୋଇଛି  ୭ଫୁଟ ଲମ୍ବର  ଅଜଗର ।  ଏହାକୁ କୋରାପୁଟ ସ୍ଥିତ  ଓଏସଏପି  ତୃତୀୟ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି ।  ଓଡ୍ରାଫର  ନବନବନିର୍ମିତ କୋଠାରେ ଏହି ଅଜଗର ରହିଥିବା ଦେଖିପାଇଥିଲେ। କିଛି ଯବାନ କୋଠା କାମ ଦେଖିବାକୁ ଯାଇଥିବାବେଳେ ଅଜଗର ସାପଟିର ଗର୍ଜନ ଶୁଣି ସାପଟିକୁ ଠାବ ଜରିଥିଲେ । ତୁରନ୍ତ ସ୍ନେକ ହେଲପ ଲାଇନର ଏମଡି ଆୟୁବୁ  ଓ ଟୁକୁନା କୁମାରଙ୍କୁ ସୁଚନା ଦେଇଥିଲେ ।  ସ୍ନେକ ହେଲପଲାଇନର ଲୋକମାନେ ଅଜଗରକୁ ଧରିବାରେ ସଫଳ ହେବା ସହ ଯବାନମାନଙ୍କ ସହଯୋଗରେ  ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।   ନିକଟସ୍ଥ  ଜଙ୍ଗଲରେ ଅଜଗରକୁ ଛଡାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର