ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ପତ୍ରରେ ବିଭ୍ରାଟ: ୧୮ଟି ପ୍ରଶ୍ନ ଏକାଧିକ ଥର ଆସିଛି କହିଲେ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି: ଚଳିତବର୍ଷ ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ର ବିଭ୍ରାଟ ଦେଖା ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ପ୍ରଶ୍ନକୁ ଦୁଇଟି ସ୍ଥାନରେ ଉପସ୍ଥାପନ ହୋଇଥିବା ବେଳେ ଆଉ କିଛି ପ୍ରଶ୍ନପତ୍ରରେ ଗୋଟିଏ ଗୋଟିଏ ପ୍ରଶ୍ନ ଜମାରୁ ଦିଆଯାଇ ନାହିଁ। ଏପରିକି ପ୍ରଶ୍ନପତ୍ର ଉପରେ ବି’ ସେଟ୍ ଲେଖାଥିଲେ ମଧ୍ୟ ଭିତରେ ଏ’ ସେଟ୍ ଲେଖା ହୋଇଥିବା ଅଭିଯୋଗ ହୋଇଛି। ଶନିବାର ପିଲାଙ୍କ ସାମାଜିକ ବିଜ୍ଞାନ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପ୍ରଶ୍ନପତ୍ରରେ ଏଭଳି ବିଭ୍ରାଟ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ। ୫୦ଟି ପ୍ରଶ୍ନକୁ ନେଇ ପ୍ରଶ୍ନ ଆସିବା ବଦଳରେ ଆସିଛି ମାତ୍ର ୪୯ଟି ପ୍ରଶ୍ନ। ସେହିଭଳି ୧୮ଟି ପ୍ରଶ୍ନ ଏକାଧିକ ଥର ଆସିଛି ବୋଲି କହିଥିଲେ ଛାତ୍ରଛାତ୍ରୀମାନେ। କେବଳ ଗୋଟିଏ ପରୀକ୍ଷା କେନ୍ଦ୍ରର ୧୦୩ଜଣ ପିଲାଙ୍କ ଠାରେ ଏଭଳି ଭୂଲ ଥିବା ଆଜି ଜଣାପଡିଥିବା ଜିଲ୍ଲାର ଅନ୍ୟ ପରୀକ୍ଷା କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଜଣାପଡିନାହିଁ।

ଏପରି ବିଭ୍ରାଟ ପରେ ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ କରିଛନ୍ତିକି ଏପରି ପ୍ରଶ୍ନ ପତ୍ର କ’ଣ ପାଇଁ ଦିଆଗଲା। ଏହାଦ୍ବାରା ଯେଉଁ କ୍ଷତି ହେବ ସରକାର ଭରଣା କରିବା ଆବଶ୍ୟକ ବୋଲି କିଛି ଅବିଭାକ ମାନେ କହିଥିଲେ। ଉକ୍ତ ବିଭ୍ରାଟକୁ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ ମାର୍କ ଦିଆଯାଉ ମାନେ ଦାବି କରିଛନ୍ତି। ଏନେଇ ପରୀକ୍ଷା କେନ୍ଦ୍ର ସଂଯୋଜିକା ଏସ. ମଣିମାଳାଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏଭଳି ଅଭିଯୋଗକୁ ସ୍ବୀକାର କରିବା ସହ ଏସଂପର୍କରେ ବୋର୍ଡକୁ ଜଣାଇ ଦିଆଯାଇଛି ବୋଲି ସେ କହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ ସୂଚନା ଦେଇ କହିଥିଲେ ଏଥିରେ ଯେଉଁ ସବୁ ଅସୁବିଧା ରହିଛି ସେଥି ନିମନ୍ତେ ଆମେ ବୋର୍ଡ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛୁ ଏବଂ ଲିଖିତ ଭାବେ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର