ଜୟପୁର: ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସିଓ୍ଵା’ ପକ୍ଷରୁ ଆଜି ସ୍ଥାନୀୟ ନାରାୟଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ପରିସରରେ ପରିବାରର ତିନିପିଢ଼ିଙ୍କୁ ଏକାଠି ନେଇ କୁଇଜ ପ୍ରାରମ୍ଭିକ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮ଟି ପରିବାରର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ପରିବାରର ତିନୋଟି ପିଢିଙ୍କୁ ଏକାଠି କରି ଏ ପ୍ରକାର ଅଭିନବ ପ୍ରୟାସ କରାଯାଇଥିଲା। ଯେଉଁଠି ଜେଜେମା-ବାପା, ଅଜା ଆଈ ସେମାନଙ୍କ ନାତି ନାତୁଣୀ ସହ ଏକାଠି ବସି କୁଇଜ୍ ପ୍ରତିଯୋଗୀତାର ପ୍ରତି ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାରେ ସେମାନଙ୍କ ଉତ୍ସାହ ଦେଖାଯାଇଥିଲା। ସମସ୍ତ ପ୍ରତିଯୋଗୀମାନେ ସିଓ୍ଵା ର ଏ ଭଳି ଏକ ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ। ଆଗାମୀ ନଭେମ୍ବର ମାସରେ ଏହି ପ୍ରତିଯୋଗୀତାର ପରବର୍ତ୍ତୀ ପର୍ଯ୍ୟାୟ ଆଜିର ଲିଖିତ ପରୀକ୍ଷାରୁ ବଛା ଯାଇଥିବା ୪ଟି ପରିବାରକୁ ନେଇ ଫାଇନାଲ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କହିଛନ୍ତି ଅନୁଷ୍ଠାନର ସଂପାଦକ ପ୍ରତାପ ପଟ୍ଟନାୟକ।

Advertisment

ଆଜିର ପ୍ରତିଯୋଗିତାରେ ସୁବାସ ଚନ୍ଦ୍ର ପ୍ରହରାଜ, ବିପିନ ମହାରାଣା, ଅସେଲସା ମହାପାତ୍ର, ସଂଜୟ କୁମାର ଦାଶ ପରିବାର ଫାଇନାଲକୁ ଉନ୍ନୀତ ହୋଇଥିବା କହିଛନ୍ତି କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ। କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଅଜୟ ମିଶ୍ର, ବରିଷ୍ଠ ସଭ୍ୟ ସୁଧାକର ପଟ୍ଟନାୟକ, ଜି. ଭି. ରେଡ୍ଡି, ପ୍ରଦୀପ୍ତ ସାହୁ, ରଂଜିତ ନାୟକ, ମୁରଲୀ ପଟ୍ଟନାୟକ, କେ ମୋହନ ରାଓ, ଆନନ୍ଦ ମୁନ୍ଦ୍ରା, ମୁନା ଚୈଧୁରୀ, ବିଶ୍ୱଜିତ୍ ମିଶ୍ର, ସୌମ୍ୟ ଦଳେଇ, ବନୁ ଦାସ ଏବଂ ଗୋପାଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।