ଭଦ୍ରକ: ଗ୍ରାମାଞ୍ଚଳ ପୁଲିସ ଆଜି ଜଣେ ବ୍ରାଉନସୁଗାର୍ ବେପାରୀକୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ରାଜୁ ମାଝି। ଘର ଯାଜପୁର ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ୧୫.୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପ୍ରକାଶ କରିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
୧୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2022/07/brown-sugar.jpg)