ସାକ୍ଷୀଗୋପାଳରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ସାକ୍ଷୀଗୋପାଳରେ ଚାଲିଛି ଶ୍ରୀରାଧାଙ୍କ ପାଦ ଦର୍ଶନ। ତେବେ ଅଅଁଳା ନବମୀ ଦିନ ଏହି ଗୋଟିଏ ଦିନରେ ଭକ୍ତମାନେ ଶ୍ରୀରାଧାଙ୍କ ଓଡିଆଣୀ ବେଶ ଓ ପାଦ ଦର୍ଶନ କରିବାର ସୌଭଗ୍ୟ ପାଇଥାଆନ୍ତି। ଆଜିର ଦିନରେ ରାଧା ମା’ଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜା ଯାଇଥାଏ। ଅର୍ଥାତ ଓଡ଼ିଆ ଘରେ ଯେମିତି ଓଡ଼ିଆ ବୋହୂଟି ନାକଚଣା, ଶାଢ଼ି, ଶଙ୍ଖା ସିନ୍ଦୂର ଆଦି ପରିଧାନ କରିଥାଏ ମା’ଙ୍କୁ ଆଜି ଏଭଳି ବେଶରେ ଭକ୍ତ ଦେଖିବାକୁ ପାଇଥାଆନ୍ତି।

ଏକାସଙ୍ଗେ ମା’ଙ୍କ ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନ କରିବା ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି। ଏଥିପାଇଁ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ୨୨ଟି ପ୍ଲାଟୁନ୍‌ ଫୋର୍ସ ମୁତାୟନ କରାଯାଇଛି। ଏଥିସହିତ ୧୦ଜଣ ଫୋର୍ସ ସହିତ ଜିଲ୍ଲାପାଳ ଓ ପୁରୀ ଏସ୍‌ପି ବି ଉପସ୍ଥିତ ରହି ତୀକ୍ଷ୍ମ ନଜର ରଖିଛନ୍ତି। ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଖଞ୍ଜା ଯାଇଛି।

ସମ୍ବନ୍ଧିତ ଖବର