ରାଧାନାଥଙ୍କ ଲେଖାରେ ଥିଲା ଓଡ଼ିଶା ସଂସ୍କୃତିର ଝଲକ

ଭଞ୍ଜନଗର: କବିବର ରାଧାନାଥ ରାୟ ପାଶ୍ଚାତ୍ୟ ସାହିତ୍ୟରେ ପ୍ରଭାବିତ ହୋଇଥିଲେ ମଧ୍ୟ ତାଙ୍କ ଲେଖାରେ ଓଡ଼ିଶାର ପ୍ରକୃତି, ସ˚ସ୍କୃତି ଓ ଇତିହାସର ଝଲକ ରହିଥିଲା। ସାଧାରଣ ଚରିତ୍ରଗୁଡିକୁ ନିଆରା ଢଙ୍ଗରେ ଉପସ୍ଥାପନ କରିବାରେ ସେ ଥିଲେ ସିଦ୍ଧହସ୍ତ। ପ୍ରେମ ପ୍ରଣୟଠାରୁ ଆରମ୍ଭ କରି ପୌରାଣିକ ଓ ଐତିହାସିକ କଥାବସ୍ତୁକୁ ସେ କବିତାର ରୂପ ଦେଉଥିଲା ବେଳେ ସେଥିରେ  ସ୍ବତନ୍ତ୍ର ମହକ ଭରି ରହିଥିଲା। ପାଶ୍ଚାତ୍ୟ ଲେଖା ଓ ଶୈଳୀରେ ଅନୁପ୍ରାଣିତ ହୋଇଥିଲେ ମଧୢ ତାଙ୍କ ଲେଖାରେ ମାଟିର ତୀବ୍ର ଆବେଗ ରହିଥିଲା ବୋଲି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ କବିବର ରାଧାନାଥ ଜୟନ୍ତୀ ପାଳନରେ ମତପ୍ରକାଶ ପାଇଛି। ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା କଲେଜ ପରିଚାଳନା କମିଟି ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,କଲେଜ ଅଧ୍ୟକ୍ଷ ଡ.ଜୟରାମ ସେନାପତି ଅତିଥି ଏବଂ ସାହିତ୍ୟ ଘରର ବହୁ ସଦସ୍ୟ ଯୋଗ ଦେଇ ରାଧାନାଥ ରାୟଙ୍କ ରଚନା ଶୈଳୀ ଓ କବିତା ଗୁଡିକୁ ଆଲୋଚନା କରିଥିଲେ।

ସମ୍ପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ‘ରାଧାନାଥଙ୍କ ସାହିତ୍ୟ କୃତିର ପୃଷ୍ଠଭୂମୀ’ ଶିର୍ଷକ ଏକ ଆଲେଖ୍ୟ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମନୁନନ୍ଦ ପତି, ଜଗବନ୍ଧୁ ଜେନା, ଶୂଳପାଣି ଶତପଥି, ସହସମ୍ପାଦକ ଡ.ଗୁରୁମୂର୍ତ୍ତି ନାୟକ, ଅଶୋକ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା, ସୁଜାତା ସିଂ, ଡ.ଗାୟତ୍ରୀ ସାହୁ, ଡା.ସୀମାଞ୍ଚଳ ପତି,‌ ଅଧ୍ୟାପିକା ହେମଲତା ଭୋଇ, ମୋନାଲିସା ସାହୁ, କେ ଭବାନୀ, ସୁଶାନ୍ତ ମଲ୍ଲିକ୍‌, ସସ୍ମିତା ମିଶ୍ର, ସୁଜାତା ଦାଶ, ଶ୍ରୀୟା ପ୍ରଧାନଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀମାନ‌େ ଉପସ୍ଥିତ ରହିଥିଲେ। ଛାତ୍ରୀ ଗ୍ଳୋରିଆ ରଣସିଂ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର