ସିଫାରେ ୧୦ମ ବିଶ୍ବ ରେଡ଼ିଓ ଦିବସ ୨୦୨୧ ପାଳିତ

ଧଉଳି:ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି । ରେଡ଼ିଓ ଆଜିର ବୈଷୟିକ ସୁଯୋଗରେ ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି । ଆଜିର ବଜାର ଯୁଗରେ ରେଡ଼ିଓ ଏକମାତ୍ର ସହଜ ଓ ସୁଲଭ ମାଧ୍ୟମ । ଲୋକଙ୍କ ଭିତରେ ସଦଭାବନା , ସମ୍ଭାବନା ଓ ସାମୂହିକ ଚେତନା ବୃଦ୍ଧିର ବଳିଷ୍ଠ ମାଧ୍ୟମ । ରେଡ଼ିଓର ବହୁଳ ବ୍ୟବହାର ସମସ୍ତଙ୍କୁ ପ୍ରଗଳବ କରିବ । ରେଡ଼ିଓର ବ୍ୟବହାର ସୁସୂରପ୍ରସାରୀ ହେବା ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ରାଜ୍ୟ ରାଜ୍ୟ ଭିତରେ ସଂପର୍କ ଯୋଡ଼ିହୋଇଯିବ ।

ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ଦୁର୍ଗମ ଅଞ୍ଚଳରେ ସୂଚନା ପହଞ୍ଚାଇବାର ଏକ ପ୍ରମୁଖ ବିଳକ୍ପ ମାଧ୍ୟମ । ଦେଶର ସଂହତି ବଜାୟ ରହିବ ବୋଲି ଆଜି କୌଶଲ୍ୟାଗାଙ୍ଗ ସ୍ଥିତ କେନ୍ଦ୍ରିୟ ମଧୁର ଜଳ ଜୀବ ପାଳନ ପ୍ରତିଷ୍ଠାନ , କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଧା ଓ ରେଡ଼ିଓ କ୍ଲବ ଓଡ଼ିଶା ମିଳିତ ଆନୁକୂଲ୍ୟାରେ ସିଫା ଅଡ଼ିଟୋରିୟମରେ ଆୟୋଜିତ ୧୦ମ ବିଶ୍ବ ରେଡ଼ିଓ ଦିବସ ୨୦୨୧ ପାଳନ ଅବସରରେ ସଂମ୍ବାଦର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ଆହୁରି ନିଜର ବକ୍ତବ୍ୟରେ ରେଡ଼ିଓ କେନ୍ଦ୍ର ସ୍ଥାପନ ନେଇ ସମ୍ମୁଖୀନ ହୋଇଥିବା ବାଧାବିଘ୍ନ ସଂପର୍କରେ ନିଜର ଅୁନୁଭୂତି ସଂପର୍କରେ ସୂଚନା ଦେବା ସହ ନିଜର ଲକ୍ଷ ସ୍ଥଳରେ ପହଞ୍ଚିଥିବା କହିଥିଲେ । ହେଲେ ସଂପ୍ରତି ଘରୋଇ ରେଡ଼ିଓ ଚ୍ୟାନେଲରେ ଖବର ପ୍ରସାରଣ ଉପରେ ଥିବା ଅନ୍ତରାୟ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ରେଡ଼ିଓର ବ୍ୟାପକ ବ୍ୟବହାର ନେଇ ସବୁସ୍ତରରେ ସଂକଳ୍ପ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ପୂର୍ବାହ୍ନରେ ପଦ୍ମଶ୍ରୀ ବଟ୍ଟକୃଷ୍ଣ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ରେଡ଼ିଓ ସହ ଥିବା ତାଙ୍କର ସଂପର୍କ ବିଷୟରେ ସୁଚନା ପ୍ରଦାନ କରିଥିଲେ । ରେଡ଼ିଓ କ୍ଲବର ସଂପାଦକ ପିକେ ଦତ୍ତ କାର୍ଯ୍ୟାଳୟର କାର୍ଯ୍ୟପ୍ରକ୍ରିୟା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜମ୍ମୁ କାଶ୍ମୀର ରେଡ଼ିଓ ଶ୍ରଦ୍ଧାର ନିର୍ଦ୍ଦେଶକ ଡ.ରମେଶ ହଙ୍ଗୁଲ ଭାରତୀୟ ବିଭିଧ ସଂସ୍କୃତିକୁ ପ୍ରଚାର କରାଇବା ଦିଗରେ ରେଡ଼ିଓର ପ୍ରମୁଖ ଭୂମିକା ଥିବା କହିଥିଲେ ।

ରାଜସ୍ଥାନର ରେଡ଼ିଓ ଜନବାଣୀ ସଚିବ ଡ.ଡି.ପି ସିଂହ ଗୋଷ୍ଠୀ ସଂପର୍କ ବଢ଼ାଇବା ତାତ୍ପର୍ଯ୍ୟ ନେଇ ବକ୍ତବ୍ୟ ଦେଇଥିଲେ । ଖୋର୍ଧା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ଏସଏସ ଗିରି ଓ ସିଫାର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ରେଡ଼ିଓର ବ୍ୟବହାରର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଦେଇଥିଲେ । ରେଡ଼ିଓ ଫର ପିପୁଲ ଶୀର୍ଷକ ସ୍କରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ । ଉଦଯାପନୀ ସଂଧ୍ୟାରେ ରାଜସ୍ଥାନ ସ୍ଥିତ ରେଡ଼ିଓ ବଧୁବନର ମୁଖ୍ୟ ଶ୍ରୀ ଯଶୋବନ୍ତ ପାଟିଲ ଅନ୍ୟତମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଝୁନା କୁମାରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର