ସମ୍ବଲପୁର: ୪ ଜଣ ଛାତ୍ରଙ୍କ ମାଡରେ +୨ ପ୍ରଥମ ବର୍ଷ ଛାତ୍ର ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ଘଟଣା ବିଷୟରେ କଲେଜ ପ୍ରନ୍ସପାଲ କିଛି ଜାଣି ନଥିବା କହିଲେ

ସମ୍ବଲପୁର: ସମ୍ବଲପୁରର ଏକ ଘରୋଇ ରେସିଡେନ୍ସିଆଲ କଲେଜରେ ପାଠପଢ଼ୁ ଥିବା ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ସେହି କଲେଜର ଚାରିଜଣ ଛାତ୍ର ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଚାରିଜଣ ଛାତ୍ରଙ୍କ ମଧ୍ୟରୁ ତିନିଜଣ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ର ଥିବା ବେଳେ ଅନ୍ୟ ଜଣେ ୨ୟ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି।

ପୀଡିତଙ୍କ ପିତା ଗୌରଚରଣ ମିଶ୍ର ଅଭିଯୋଗ କରି କହିଛନ୍ତି କି, ତାଙ୍କ ପୁଅ ଅଭିଷେକ ମିଶ୍ରଙ୍କୁ ହଷ୍ଟେଲରେ ତାଙ୍କ ସାଙ୍ଗ ପିଲାମାନେ ନିର୍ଯାତନା ଦେବା ସହ ଲୁହାରଡ, ଷ୍ଟିଲ୍‌ ପାଇପ୍‌, ବେଲଟ୍‌ ଓ ମୋଟା ବାଡିରେ ମାଡ ମାରି ରକ୍ତାକ୍ତ ଓ କ୍ଷତବିକ୍ଷତ କରିଛନ୍ତି। ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଏ ବିଷୟରେ କଲେଜ କତ୍ତୃର୍ପକ୍ଷ  କୌଣସି ଖବର ଦେଇ ନଥିଲେ। ମୁଁ ପୁଅକୁ ଦେଖା କରିବାକୁ ହେଷ୍ଟେଲ ଆସିବାରୁ ସେ ହଷ୍ଟେଲରେ ନ ଥିବା ଜାଣି ପାରିଥିଲି। ହଷ୍ଟେଲ ଓ୍ଵାଡେନ୍‌ଙ୍କୁ ପୁଅ କେଉଁଠାରେ ଅଛି ବୋଲି ପଚାରିବାରୁ ସେ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛି ବୋଲି କହିଥିଲେ। ଏ ନେଇ କଲେଜ ପ୍ରିନ୍ସପାଲ କିଛି ଜାଣି ନ ଥିବା ବି କହିଥିଲେ।

ଅଭିଷେକ ମିଶ୍ରଙ୍କୁ ମାଡ ମାରିଥିବା ଛାତ୍ରଙ୍କ ମଧ୍ୟରେ ସତ୍ୟବାନ୍‌ ମହାକୁର, ଆକାଶ ସାହୁ, ରାଜକୁମାର ଧରୁଆ ଓ ଅଂଶୁମାନ୍‌ ସାମିଲ ଥିବା ପୁଲିସରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର