ରାଇବାଲସା ଗାଁର ଲୋକ ଫୋନ ଚାର୍ଜ କରିବାକୁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି

କୋରାପୁଟ/ନାରାୟଣପାଟଣା: ଓଡ଼ିଶାର ମୋବାଇଲ, ପଡ଼ିଶାରେ ହେଉଛି ଚାର୍ଚ୍ଚ। ଓଡ଼ିଶାରେ ଫୋନ, ନେଟୱାର୍କ ପଡିଶାର। ଏପରି ଦୁଦ୍ଦୀନରେ ରହୁଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଲଙ୍ଗଲବେଡା ପଚାୟତ ଅନ୍ତର୍ଗତ ସୀମାନ୍ତ ଗ୍ରାମ ରାଇବାଲସା ଗାଁ । ନିର୍ବାଚନ ପରେ ନିର୍ବାଚନ ଯାଉଛି କିନ୍ତୁ ବିକାଶ ଏଠି ସାତ ସାତ ସପନ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ଆବାସ ଯୋଜନା ଭଳି ଅନେକ ଯୋଜନାରୁ ବାଛନ୍ଦ ହୋଇଛନ୍ତି କୋରାପୁଟ ଜିଲ୍ଲାର ଏକ ଗାଁର ଶତାଧିକ ଆଦିବାସୀ ଲୋକେ।

ଏମିତି ପ୍ରଶାସନଙ୍କ ଠାରୁ ଆରମ୍ଭ କରି ରାଜନେତାମାନଙ୍କୁ ଗୁହାରି କଲେ ମଧ୍ୟ କିଛି ସୁଫଳ ପାଇପାରୁ ନାହାନ୍ତି। ବର୍ଷ ବର୍ଷ ଧରି ନିଜ ମୈଳିକ ଅଧିକାର ପାଇବା ନେଇ ଜନପ୍ରତିନିଧି ବାଛୁଛନ୍ତି ପ୍ରତି ପାଂଚ ବର୍ଷରେ ,କିନ୍ତୁ ଚୈକିରେ ବସିଲା ପରେ ଭୋଟ ପୁର୍ବରୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାକୁ ଭୁଲି ଯାଉଛନ୍ତି ଜନପ୍ରତିନିଧି ମାନେ । ନିର୍ବାଚନ ଆସିବା ବେଳକୁ ଦାମିକିଆ ଗାଡ଼ିରେ ଆସି ପୁଳା ପୁଳା ସ୍ବପ୍ନ ,ଭୋଜିଭାତ ,ଏସା କରିଦେବୁ ତେସା କରିଦେବୁ କହି ଭୋଟ ନିଅନ୍ତି ,ଭୋଟ ପାଇ ଗାଦିରେ ବସିବା ପରେ ଦେଇଥିବା ପୁଳାପୁଳା ସ୍ବପ୍ନ ପାଣିରେ ଗାର ସଦୃଶ ।

ଗାଁ ର ନଦୀ ଆରପଟେ ରହିଛି ପୋଡଶୀ ଆନ୍ଧ୍ର ର ମାକୁଆ ମଣ୍ଡଳର ୱାଇସୁବାଲସା ଗାଁ । ଗାଁ ଠାରୁ ଶହେମିଟର ଦୁରରେ ରହିଛି ଏହି ଗାଁ ଟି ।ଆନ୍ଧ୍ର ସରକାର ତାଙ୍କରି ସୀମାନ୍ତ ଗ୍ରାମ କୁ ସହର ରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବା ବେଳେ ଆମ ଓଡ଼ିଶାର ସୀମାନ୍ତ ବର୍ତି ନାରାୟଣପାଟଣା ବ୍ଲକ ର ଲଙ୍ଗଲବେଡା ପଂଚାୟତ ର ରାଇବାଲସା ଗାଁ ର ବିକାଶ ଚିତ୍ର ପୁରା ଓଲଟା ।

ପନ୍ଦର କୋଡ଼ିଏ ବର୍ଷ ତଳେ ସାତ ଟି ଘର ଥିଲା ।ଏବେ ବାହାରୁ କିଛି କିଛି ଲୋକ ଭିଟାମାଟି ଛାଡ଼ି ରାଇବାଲସା ଗାଁ ରେ ବସତି କରି ପରିବାର ସ‌ହ ରହିଆସୁଛନ୍ତି ସମୁଦାୟ ୧୮ ପରିବାର। ଜନସଂଖ୍ୟା ପାଖାପାଖି ୬୦ । ଗାଁ ହେବାଠୁ ଗତ ବର୍ଷ ଦୁଇଜଣଙ୍କୁ ହିଁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଘର ।ଆଉ କାହାରିକୁ ମିଳିପାରି ନାହିଁ।ପାଣି ପାଇଁ ପାଖ ନଦୀରେ ନିର୍ଭର କରୁଥିଲେ ଗାଁ ଲୋକ ।ପରେ ଦୁଇବର୍ଷ ତଳେ ଘର‌ପିଛା ଚାନ୍ଦା କରି ଆନ୍ଧ୍ର ର ଗାଡି ଆଣି ନଳକୂପ ଖନନ କରି ପାଣି ପିଇଲେ ।

ଏଇ କିଛି ମାସ ତଳେ ନାରାୟଣପାଟଣା ବ୍ଲକ ପ୍ରଶାସନ ତରଫରୁ ସୋଲାର ଚାଳିତ ପାଣିର ବ୍ୟବସ୍ଥା କାମ ଚାଲୁରଖିଛନ୍ତି। ଜଣେ ଦି ଜଣକୁ ଛାଡ଼ିଦେ ଲେ ଏ ଯାଏଁ କାହାରିକୁ ଜବ୍ କାର୍ଡ ଖଣ୍ଡିଏ ମିଳିପାରିନ । ମନରେଗା କାମ କଣ ଏଯାଏଁ ଜାଣିନାହାନ୍ତି ଗାଁ ଲୋକ । ଅଙ୍ଗନବାଡ଼ି ତରଫରୁ ଗତ କିଛି ବର୍ଷ ହେବ କେହିବି ଜଣେ ସୁବିଧା ପାଇ ପାରିନାହାନ୍ତି ।ହଠାତ୍ ଜ୍ବର ବୈରାଗୀ ହେଲେ ପଡୋଶୀ ୱାଇସୁବାଲସା ର ମେଡିକାଲ ଉପରେ ନିର୍ଭର କରିଥାନ୍ତି ଗାଁ ଲୋକେ । ଗାଁ ର ଅଧା ଲୋକଙ୍କର ପାଖରେ ଭୋଟର କାର୍ଡ ରହିଛି ।ଅଠର ଘର ମଧ୍ୟରୁ ଚାରିଜଣଙ୍କୁ ମିଳିଛି ଜଙ୍ଗଲେମିପଟା।

ଚାରି ବର୍ଷ ତଳେ କୋରାପୁଟ ର ଏକ ସଂସ୍ଥା ସୋଲାର ବେଟେରୀ ରେ ଗାଁ ମୁଣ୍ଡରେ ଆଲୋକ କରି ଥିଲା ।ରକ୍ଷଣା ବେକ୍ଷଣ ଅଭାବରୁ ସବୁ ଖରାପ ହୋଇଗଲାଣି । ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଏ ।ମାସକୁ ଥରେ ସାତକିଲୋମିଟର ପଂଚାୟତ କାର୍ଯ୍ୟାଳୟକୁ ଯାଇ ରାସନ୍ ଏବଂ କିରୋସିନି ଆଣିଥାନ୍ତି ଗ୍ରାମବାସୀ ‌। ଗାଁ ର ଅଧା ଲୋକ ଆଧାର କାର୍ଡ କରିନଥିବା ବେଳେ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଗାଁ ପାଖ ର କେସଲା ଗାଁ ର ସରପଂଚ ଗାଁ ପାଖ ସିମେଣ୍ଟ ରାସ୍ତା କରିଥିଲେ ଦୁଇବର୍ଷ ତଳେ ।ଆଉ ସେପରି କୈାଣସି ଆଖି ଦୃଶିଆ କାମ ହୋଇନଥିବା କହିଛନ୍ତି ଗ୍ରାମର ଗ୍ରାମବାସୀ।

ଗୃହପାଳିତ ପଶୁ ପାଳନ କରିବା ସ‌ହ କାମଧନ୍ଦା ପାଇଁ ପଡୋଶି ଆନ୍ଧ୍ର ର ଦଲାଲ ଙ୍କ ପାଖରେ କୁଲି କାମ କରିବାକୁ ଯାଆନ୍ତି । ଗାଁ ନଦୀ ଆରପାଖେ ଆନ୍ଧ୍ର ର ମାକୁଆ ମଣ୍ଡଳମ୍ ର ୱାଇସୁବାଲସା ରେ ଟେଲିଫୋନ ଟାୱାର ,ସ୍କୁଲ ,ମେଡିକାଲ , ଗମନାଗମନ କୁ ବସ୍ , ଗାଁ କୁ ଚବିଶି ଘଣ୍ଟିଆ ବିଜୁଳି,ପାଣି ପରି ସମସ୍ତ ମୈଳିକ ସୁବିଧା ମିଳୁଥିବା ବେଳେ ନାରାୟଣପାଟଣା ର ସୀମାନ୍ତ ରାଇବାଲସା ର ବିକାଶ ଚିତ୍ର ଅଲଗା ।ଏପରିକି ଓଡିଶା ରେ ରହି ମୋବାଇଲ୍ ଫୋନ୍ ଚାର୍ଜ ବସେଇବାକୁ ପଡୋଶୀ ଆନ୍ଧ୍ର କୁ ଯିବାକୁ ପଡୁଛି ।ନଚେତ୍ ଲଙ୍ଗଲବେଡା ପଂଚାୟତ ଉପରେ ନିର୍ଭର କରନ୍ତି ।

ବର୍ତମାନ ବୋରିଗୀ ଠାରୁ ୧୨ କିମି ପିଡବ୍ଲୁଡି ରାସ୍ତା ରାଇବାଲସା ଯାଏଁ କାମ ଚାଲୁରହିଛି । ଗାଁ ର ମୈଳିକ ସମସ୍ୟା ପ୍ରଶାସନ ପକ୍ଷରୁ ସମାଧାନ କରା ନଗଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପ୍ରତିନିଧି ବାଛିବାରେ ଭାଗ ନେବେନି ବୋଲି ୱାଇସୁବାଲସା ଗାଁ ର ବଳରାମ ଗେମ୍ବେଲି,ନାରସି ପିଡିକା ଗାଁ ମୁଖିଆ ,ଲାଛଣା ନାଚିକା,ଲାଛେୟା ତାଡିଙ୍ଗି,ଆମ୍ବରି ନାଚିକା,ସାମେ ତାଡିଙ୍ଗି,ମେଲେକା ସାମି,ରାତୁନୁ ପିଡିକା, ରଙ୍ଗ ନାଥ ଖରା ,ଆପାନା ପାଙ୍ଗି ,ପୁଷୁର ମାଲେୟା ପୁଷା ନାଚିକା,ସିନା ତାମରା ,ପତି ଗେମ୍ବେଲି ,ସନ୍ତୋ ଗେମ୍ବେଲି ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର