କୁରସୁଡ଼ରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ଉ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ୍‌ କୁରସୁଡ଼ ଗ୍ରାମର ମୁକେଶ ଟ୍ରେଡର୍ସ ସିମେଣ୍ଟ ଓ ଛଡ଼ ଗୋଦାମରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରିଛି । ବୁଧବାର ଦିନ ପ୍ରାୟ ୧୧ଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରିରହିଛି । ଏହି ଟ୍ରେଡର୍ସ ଟିକସ ଫାଙ୍କିଛି ନା ନାହିଁ, ଯଦି ଫାଙ୍କିଛି କେବେଠାରୁ ଓ କେତେ ଫାଙ୍କିଛି ତଥା କଣ କଣ ଅନିୟମିତତା ହୋଇଛି ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ଚଢ଼ଉ ସଂପର୍କରେ ଜିଏସ୍‌ଟି ଅଧିକାରୀ କୌଣସି ତଥ୍ୟ ଦେବାକୁ  ମନା କରିଥିଲେ ।

ସମ୍ବନ୍ଧିତ ଖବର