ମା ଦୁର୍ଗା ଘିଅ ନାମରେ ନକଲି ଘିଅ ବିକ୍ରି କରୁଥିବା କମ୍ପାନୀ ଉପରେ ଚଢ଼ାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଅଞ୍ଚଳରେ ନକଲି ଘିଅ କମ୍ପାନୀ ଉପରେ ପୁଲିସ ଆଜି ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି | ମା ଦୁର୍ଗା ଘିଅ ନାମରେ ନକଲି ଘିଅ ପ୍ରସ୍ତୁତ କରାଯାଉଥିବାବେଳେ ଇପାରୀ ରାଜେଶ୍ୱର ପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି | ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିବାବେଳେ ପୋଡା ତେଲ, ନିମ୍ନ ମାନର ପାମ ତେଲ ସହ ବିପଦଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତି କରୁଥିଲେ |

ବ୍ରହ୍ମପୁର ଏସପିଙ୍କ ସୂଚନା ମୁତାବକ ପ୍ରସ୍ତୁତି ଘିଅ ପେକେଟରେ ଟ୍ରେଡ଼ ଲାଇସେନ୍ସ ସହ ପ୍ରସ୍ତୁତି ତାରିଖ କିମ୍ବା ଏକ୍ସପାଏରି ତାରିଖ ଉଲ୍ଲେଖ ନାହିଁ | ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନକଲି ଘିଅ ଚାଲାଣ କରି ବ୍ୟବସାୟ କରୁଥିଲେ | ରାଜେଶ୍ୱର ଗତ ଦୁଇ ବର୍ଷ ହେଲା ଏଭଳି ବ୍ୟବସାୟ କରୁଥିବାବେଳେ ପୂର୍ବରୁ ବେଆଇନ ଗୁଟଖା ବ୍ୟବସାୟ ମାମଲାରେ ସମ୍ପୃକ୍ତ ମାଲିକ ଗିରଫ ହୋଇଥିଲେ |

ସମ୍ବନ୍ଧିତ ଖବର