ସୁନ୍ଦରଗଡ଼ : ଜିଏସଟି ଫାଙ୍କିଥିବା ଅଭିଯୋଗରେ ଝାରସୁଗୁଡା ବାଣିଜ୍ୟକର ପ୍ରବର୍ତ୍ତନ ବିଭାଗର ଚଢାଉ । ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡ ସ୍ଥିତ ପ୍ରୀତି ଫର୍ଣ୍ଣିଚରରେ ଚଢାଉ ଜାରି ରହିଛି । ଦୋକାନ, ଘର ସମେତ ମହେଶଡିହିର ଦୁଇଟି ଲୁକ୍କାୟିତ ଗୋଦାମରେ ତିନୋଟି ଟିମ ଚଢ଼ାଉ ଜାରି ରଖିଛନ୍ତି। ଝାରସୁଗୁଡା ବାଣିଜ୍ୟକର ପ୍ରବର୍ତ୍ତନ ସହକାରୀ ଆୟୁକ୍ତ ସତୀଶ କୁମାର ଜାଲଙ୍କ ନେତୃତ୍ବରେ ଚଢ଼ାଉ ଚାଲିଛି ।
ଜିଏସଟି ଫାଙ୍କି ଅଭିଯୋଗ, ଫର୍ଣ୍ଣିଚର ଦୋକାନରେ ଚଢ଼ାଉ
/sambad/media/post_attachments/wp-content/uploads/2024/02/c557cbb2-f152-45ee-aebb-9c485ae1f715.jpeg)