ବାଲେଶ୍ୱର: ବେଆଇନ୍‌ କରତ କଳ ଉପରେ ଚଢ଼ାଉ, ୧୦ ଳକ୍ଷ ଟଙ୍କାର କାଠ ଜବତ

ବାଲେଶ୍ୱର: ବାଲେଶ୍ୱର ସହରର ଗୋପାଳଗାଁ ଠାରେ ଥିବା ଏକ କରତ କଳ ଉପରେ ବନବିଭାଗ ପକ୍ଷରୁ ଆଜି ସକାଳେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବନବିଭାଗ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ କରିବା ସହିତ କରତକଳ ଯନ୍ତ୍ରାଂଶ ମଧ୍ୟ ଜବତ କରିଛି।


ମିଳିଥିବା ସୂଚନା ଅନୁଯାୟର, ଗୋପାଳଗାଁ ଅଞ୍ଚଳରେ ଏକ ବେଆଇନ କରତକଳ ଚାଳଉଥିବା ନେଇ ଭିଜିଲାନ୍ସ ଏସପି ସୂଚନା ପାଇଥିଲେ। ଭିଜିଲାନ୍ସ ପକ୍ଷରୁ ଏ ନେଇ ବନବିଭାଗକୁ ଅବଗତ କରାଯାଇଥିଲା। ସୂଚନା ଆଧାରରେ ଆଜି ବନବିଭାଗର ଏକ ଟିମ୍‌ ସମ୍ପୃକ୍ତ କରତକଳ ଉପରେ ଚଢ଼ାଉ କରିଥିଲେ। ଆବଶ୍ୟକ କାଗଜପତ୍ର ନ ଥିବାରୁ ବନବିଭାଗ ସେଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର କାଠ ଓ କରତକଳ ଯନ୍ତ୍ରାଂଶ ଜବତ କରିଛି।

ସମ୍ବନ୍ଧିତ ଖବର