ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଥିବା ଘସିଏନ ଗ୍ରାମ ନିକଟରୁ ଏକ ମହୁଲ ବୋଝେଇ ୪୦୭ ଗାଡିକୁ ପାଟଣାଗଡ଼ ଅବକାରୀ ବିଭାଗ ଧରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ଗାଡି ଚାଳକକୁ ଗିରଫ କରି କୋର୍ଟ ଚାଲଣର କରିଥିବା ଜଣାପଡିଛି। ପାଟଣାଗଡ଼-ଗାଇସିଲାଟ ରାସ୍ତାରେ ବେଆଇନ ଭାବେ ମହୁଲ ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ସମ୍ପୃକ୍ତ ରାସ୍ତାରେ ପେଟ୍ରୋଲିଂ କରିଥିଲା। ରାତିରେ ପେଟ୍ରୋଲିଂ କରି ଏକ ୪୦୭ ଗାଡିକୁ ସନ୍ଦେହ କରି ଅଟକାଇଥିଲା। ତେବେ ସେଥିରେ ମହୁଳ ବସ୍ତା ଗୁଡିକ ଥିବା ସେଖି ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ପଚରା ଉଚରା କରିବା ପରେ ମହୁଲ ବସ୍ତା ଗୁଡିକୁ ଦେଶୀ ମଦଭାଟିରେ ଜିମା ଦେଇଥିଲା।

Advertisment

ଗାଡିରେ ୨୭ କ୍ବିଣ୍ଟାଲ ତଥା ୬୦ ବସ୍ତା ମହୁଲ ଥିବା ବେଳେ ସେ ଗୁଡିକୁ ପଦ୍ମପୁରକୁ ନିଆ ଯାଉଥିବା ନେଇ ପଚରା ଉଚରା ସମୟରେ ଗାଡି ଚାଳକ କହିଥିବା ନେଇ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାଶ କହିଛନ୍ତି। ତେବେ ଏହାର ଆନୁମାନିକ ମୂଲ୍ୟ ୭୦ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି କହିଥିବା ବେଳେ ‌ମହୁଲ ବୋଝେଇ ହୋଇଥିବା ୪୦୭ ଗାଡି (ସିଜି ୦୪ ଜେସି୧୦୩୨)କୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ରତାଖଣ୍ଡି ଗ୍ରାମର ଗାଡି ଚାଳକ ଦୁର୍ଯ୍ୟୋଧନ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ କହିଛନ୍ତି।