ରାୟଗଡା: ରାୟଗଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ମଦ ଓ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲାର ବିଷମକଟକ ରେଞ୍ଜ, ମୁନିଗୁଡା ରେଞ୍ଜ, ରାୟଗଡା ରେଞ୍ଜ ଏବଂ କେସିଂହପୁର ରେଞ୍ଜ ତଥା ମୋବାଇଲ ପାର୍ଟିର ଚଢଉ କରାଯାଇଥିଲା। ଏହି ଚଢଉରେ ୨୩ ଶହ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୨୧୯ ଲିଟର ବିଦେଶୀ ମଦ, ୩୦ ଲିଟର ତାଡି, ଦେଶୀ ମଦ ୧୦ ଲିଟର ସହ ୧୨ କିଲୋ ଗଞ୍ଜେଇ ଜବତ କରାଯାଇଛି।

Advertisment

publive-image Sambad

ଏହି ଚଢଉରେ ୮ଟି କେଶ ରୁଜୁ କରାଯାଇଛି। ମଦ ଓ ଗଞ୍ଜେଇ ବେପାର କରୁଥିବା ବିଷମକଟକର ଟୁକୁ ପାଣି, କେସିଂହପୁର ଅଞ୍ଚଳର ହଳଧର ସାହୁ, ସ୍ବୟମ୍ବର ବିଷୋୟୀ, କବିତା ରୁଶ୍ରୀଶ୍ରୁଙ୍ଗା, ରାୟଗଡା ଅଞ୍ଚଳର ରାଜ କୁମାର ଏବଂ ମୁନିଗୁଡା ଅଞ୍ଚଳର ନିତିଶ କୁମାର ସିଂହଙ୍କୁ ଗିରଫ କରାଯାଇଛି। ଏହି ଚଢଉରେ ଜିଲ୍ଲାର ସମସ୍ତ ରେଞ୍ଜର ଅବକରୀ ଅଧିକାରୀ ମାନେ ଭାଗ ନେଇଥିଲେ।