କେନ୍ଦ୍ରାପଡ଼ା: ସିଟି ହସ୍ପିଟାଲ୍ ଦାବିରେ ମ˚ଗଳବାର କେନ୍ଦ୍ରାପଡ଼ା ସହର ବନ୍ଦ ପାଳନକୁ ନେଇ ପ୍ରଶାସନ ଏବେ ଖଡ୍ଗହସ୍ତ ହୋଇଛି। ସହରବାସୀଙ୍କ ଦାବି ଉପରେ ଆଲୋଚନା କରିବା ପରିବର୍ତେ ଓଲଟା ନାଲିଆଖି ଦେଖାଇବା ଆରମ୍ଭ କରିଛି। ଯେମିତି ଆନ୍ଦୋଳନ ଆଗକୁ ନ ବଢିବ ଏବଂ ଦୋକାନୀମାନେ ଆନ୍ଦୋଳନକୁ ସମର୍ଥନ ନ କରିବେ, ସେଥିପାଇଁ ପ୍ରଶାସନ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଛି। ଆଜି ଏହି କ୍ରମରେ ଉପଜିଲ୍ଲାପାଳ ନିର˚ଜନ ବେହେରାଙ୍କ ନେତୃତ୍ବରେ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ଖଡ଼ିଅଙ୍ଗସ୍ଥିତ ମେଡିକାଲ୍ ଛକରେ ଅତର୍କିତ ଚଢ଼ଉ କରି ଦୁଇଟି ଡିଜିଟାଲ୍ ଏକ୍ସ୍ରେ ସେଣ୍ଟର୍ ଓ ତିନିଟି ଔଷଧ ଦୋକାନକୁ ସିଲ୍ କରିଛି। ବିନା କାଗଜପତ୍ର ଓ ଲାଇସେନ୍ସରେ ଏହି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଚାଲିଥିଲା ବୋଲି ପ୍ରଶାସନ କହିଛି। କିନ୍ତୁ ଦୋକାନୀମାନେ ପ୍ରଶାସନର ଏଭଳି ଅଚାନକ ଚଢ଼ଉକୁ ଆକ୍ରୋଶମୂଳକ ବୋଲି କହିବା ସହିତ ଆନ୍ଦୋଳନରେ ସାମିଲ୍ ହେଲୁ ବୋଲି ଏଭଳି ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି। ସିଲ୍ ହୋଇଥିବ ପାଞ୍ଚଟି ବ୍ୟବସାୟିକ ପ୍ରତିଷ୍ଠାନ ହେଉଛି ମମତା ଡିଜିଟାଲ୍ ଏକ୍ସରେ, ଅନିତା ଡିଜିଟାଲ୍ ଏକ୍ସରେ, ମହାବୀର, ସ˚ଜିବନୀ ଏବ˚ ସୂର୍ଯ୍ୟ ନର୍ସି˚ହୋମ୍ ଭିତରେ ଥିବା ଔଷଧ ଦୋକାନ। ଏ ସବୁ ଦୋକାନଗୁଡ଼ିକ ଅନେକ ବର୍ଷ ହେବ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗର ନାକତଳେ ଚାଲି ଆସୁଥିଲା। ସବୁଠୁ ବଡ଼ କଥା ହେଉଛି, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଫିସ୍ଠୁ ଏହି ଦୋକାନଗୁଡ଼ିକର ଦୂରତା ମାତ୍ର ଶହେ ମିଟର୍ ଭିତରେ ହେବ। କିନ୍ତୁ ପୂର୍ବରୁ କେବେ ଚଢ଼ଉ ହେଇଥିବାର ନଜିର୍ ନାହିଁ। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଆଉ ଡ୍ରଗ୍ସ ଇନସ୍ପେକ୍ଟର୍ ହଠାତ୍ ଏବେ କାହିଁକି ଆକ୍ସନମୋଡକୁ ଆସିଲେ ତାହା ହିଁ ମୂଳ ପ୍ରଶ୍ନ ହୋଇଛି। ଜିଲ୍ଲା ହସ୍ପିଟାଲ୍ ସ୍ଥାନାନ୍ତର ପରେ ହଠାତ୍ ଏଭଳି ଚଢ଼ଉକୁ ଲୋକମାନେ କେନ୍ଦ୍ରାପଡ଼ା ସହର ବନ୍ଦ ପାଳନ ସହିତ ଯୋଡ଼ି ଦେଖୁଛନ୍ତି। ସିଟି ହସ୍ପିଟାଲ୍ ଦାବିରେ ଗତ ମ˚ଗଳବାର କେନ୍ଦ୍ରାପଡ଼ା ବନ୍ଦ ପାଳନ ବେଳେ ଏହି ଦୋକାନଗୁଡ଼ିକ ବନ୍ଦ ଥିଲା। ଆଇନତଃ ଔଷଧ ଦୋକାନ, ଏକ୍ସରେ ସେଣ୍ଟର୍ ଇତ୍ୟାଦି ଯେ କୌଣସି ଆନ୍ଦୋଳନ ବେଳେ ବନ୍ଦ ରହିବ ନାହିଁ ବୋଲି ନିୟମ ଥିଲେ ବି ଆଇନଶୃଙ୍ଖଳାକୁ ଦୃଷ୍ଟିରେ ସମସ୍ତେ ଦୋକାନ ବନ୍ଦ କରି ଦେଇଥିଲେ। ଏ ସ˚କ୍ରାନ୍ତରେ ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ ପକ୍ଷରୁ ମଧୢ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଗତ ୧୪ତାରିଖରେ ଜଣାଇ ଦିଆଯାଇଥିଲା। ଏହାପରେ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୭ତାରିଖରେ କେନ୍ଦ୍ରାପଡ଼ା ସହର ବନ୍ଦ ଡାକରାକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଥିଲା। କେବଳ ଔଷଧ କିମ୍ବା ଏକ୍ସ୍ରେ ଦୋକାନୀ ନୁହନ୍ତି; ବଡ଼ ସୋ’ରୁମ୍ଠୁ ଛୋଟ ପାନ ଦୋକାନ ଯାଏ ସାରା ସହରର ସବୁ ବର୍ଗର ଦୋକାନୀ ପୂର୍ଣ୍ଣ ସମର୍ଥନ ଜଣାଇ ସେମାନଙ୍କ ଦୋକାନ ବନ୍ଦ ରଖିଥିଲେ।
ତେବେ ବନ୍ଦ ପାଳନକୁ ମିଳିଥିବା ଏପ୍ରକାର ସ୍ବତଃସ୍ପୂର୍ତ୍ତ ସମର୍ଥନକୁ ସହଜରେ ଗ୍ରହଣ କରିପାରିନାହିଁ ପ୍ରଶାସନ। ଖଡ଼ଗହସ୍ତ ହେଇ ଏବେ ଦୋକାନୀଙ୍କ ଉପରେ ଆକ୍ରୋଶମୂଳକ ଚଢ଼ଉ କରି ରାଗ ସୁଝାଇବା ଆରମ୍ଭ କରିଛି। ପ୍ରଶାସନର ଚଢ଼ଉ ଭୟରେ ମେଡିକାଲ୍ ଛକରେ ସବୁ ଔଷଧ ଦୋକାନ, ପାଥୋଲାବ୍, ଏକ୍ସରେ ସେଣ୍ଟର୍ ବନ୍ଦ ହୋଇ ଯାଇଛି। ଦୋକାନୀମାନଙ୍କ ମଧୢରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିାବ ବେଳେ ସ˚ଧୢାରେ ଏକ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ˚ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଚଢ଼ଉକୁ ନେଇ ଡ୍ରଗ୍ସ ଇନସ୍ପେକ୍ଟର୍ ପ୍ରଦୀପ କୁମାର ସାହୁ କହିଛନ୍ତି ଏହା ନିୟମିତ ଚଢ଼ଉ। ଆଗକୁ ମଧୢ ଏଭଳି ଜାରି ରହିବ। ଲାଇସେନ୍ସ ଦେଖାଇପାରିଲେ ନାହିଁ, ତେଣୁ ଔଷଧ ଦୋକାନକୁ ସିଲ୍ କରିଛୁ। ଅନିତା ଡିଜିଟାଲ୍ ଏକ୍ସରେ ସେଣ୍ଟର୍ ମାଲିକ ରାକେଶ ମଲ୍ଲ କହିଛନ୍ତି ଯେ ସବୁ କାଗଜପତ୍ର ଦେଖାଇଲୁ। କିନ୍ତୁ ତାହାକୁ ଯାଞ୍ଚ ନ କରି ଆକ୍ରୋଶମୂଳକ ମନୋଭାବ ରଖି ଆମ କେନ୍ଦ୍ରକୁ ସିଲ୍ କରାଯାଇଛି। ଆମେ ସିଟି ହସ୍ପିଟାଲ୍ ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନ କରିଥିବାରୁ ଜାଣିଶୁଣି ଏଭଳି ହଇରାଣ ହରକତ କରାଯାଉଥିବା ଶ୍ରୀ ମଲ୍ଲ ଅଭିଯୋଗ କରିଛନ୍ତି। ସେହିପରି ମେଡିକାଲ୍ କ୍ରିୟାନୁଷ୍ଠାନ କମିଟି ମଧୢ ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କମିଟିର ବରିଷ୍ଠ ସଭ୍ୟ ଗୟାଧର ଧଳ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ବାଉଳା ହୋଇ ଏଭଳି କରୁଛି। ଆମ ଆନ୍ଦୋଳନକୁ ସବୁ ବର୍ଗର ଲୋକ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଆସନ୍ତା ୨୩ତାରିଖରେ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ଯାଉଛୁ। ତେଣୁ ପ୍ରଶାସନ ଆନ୍ଦେଳନକୁ ଭଣ୍ତୁର କରିବା କରିବା ପାଇଁ ଏଭଳି ଚଢ଼ଉ କରି ସହରରେ ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଶ୍ରୀ ଧଳ ଅଭିଯୋଗ କରିଛନ୍ତି। ଆଗକୁ ଲଢେ଼ଇ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/58855DED-A91F-4B0E-8FAC-CF6CF8645035095256.jpg)