ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୁଟୁଗୁଡା କାଜୁବାଡ଼ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ ଜଣ ଅଟକ ରଖିଥିବା ସହ କାର, ସ୍କୁଟି,ବାଇକ, ଏବଂ ୧ ଲକ୍ଷ ୩୦ ହଜାର ୫୦୦ ସହ ଟଙ୍କା ଜବତ କରିଛି । ଏସ୍ପି ପ୍ରହଲ୍ଲାଦ ସହାଇ ମିନା ନିର୍ଦେଶ କ୍ରମେ ସନ୍ଧ୍ୟା ୭ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ସୂବେନ୍ଦୁ ଶବର, ଏସଆଇ ଅନାମ ଦିଆନ ଏଏସଆଇ ସୁବେନ୍ଦୁ କୁମାର ବେହେରା, ପି.କେ.ପାଞ୍ଜିଆ ଏକ ଟିମ ଖୁଟୁଗୁଡା କାଜୁବାଡ଼ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛଡାଉ କରିଥିଲେ । ସେଠାରେ ୩ ଜଣ କୁ ଅଟକ ରଖିବା ସହ କାର, ସ୍କୁଟି, ବାଇକ ସହ ୧ ଲକ୍ଷ୍ୟ,୩୦ ହଜାର ୫୦୦ ସହ ଟଙ୍କା ୩ଟି ମୋବାଇଲ ,୩ଟି ତାସ ଜବତ କରିଛନ୍ତି । ଅଟକ ହୋଇଥିବା ବ୍ୟକ୍ତି,ମଇଦଲପୁର ଗ୍ରାମର ଅଜୟ ବିଷୋୟୀ (୨୩) ଓ ମନୋଜ ସାହୁ (୩୪) ଛତିଶଗଡ଼ ରାଜ୍ୟ ଦେଓଭୋଗ ଜିଲ୍ଲା ଗରାଜବନ୍ଧ ଗ୍ରାମର କୈଳାଶ ସାହୁ ବୋଲି ସୂଚନା ମିଳିଛି ।ପୋଲିସ ଛଡାଉ ସମୟରେ କିଛି ଜୁଆଡି ଛାତ୍ରଭଙ୍ଗ ହୋଇଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଛଡାଉ ସମୟରେ ଗୃହରକ୍ଷୀ ନରେଶ ବିଷୋୟୀ, ପ୍ରଫୁଲ୍ଲ ହରିଜନ, ଉପସ୍ଥିତ ରହିଥିଲେ । ଏନେଇ ପାପଡାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି କେଶ ନ- ୭୫/୨୧ ତଦନ୍ତ ଜାରୀରହିଛି ।
ଜୁଆ ଆଡ୍ଡା ଉପରେ ଚଢ଼ାଉ, ୩ ଅଟକ,କାର, ସ୍କୁଟି, ବାଇକ ଜବତ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-26-at-21.30.54.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)