କୁକୁଡ଼ାଗାଲି ଉପରେ ଚଢ଼ାଉ, ୬ ଗିରଫ ସହ ୨ଟି କୁକୁଡ଼ା ଏବଂ ୨୫୦୦ ଟଙ୍କା ଜବତ

ବୈପାରିଗୁଡା: ‌କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପଖନାଗୁଡା ଠାରେ ଚାଲିଥିବା ଏକ କୁକୁଡ଼ା ଗାଲି ଉପରେ ପୁଲିସ ଚଢ଼ାଉ କରିଛି। ବୈପାରିଗୁଡା ଆଇଆଇସି ରଘୁନାଥ ମାଝୀଙ୍କ ନିର୍ଦଶ କ୍ରମେ ଏସ୍ଆଇ ଅସିତ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ତେବେ ପୁଲିସ ଦୁଇ ଭାଗ ହୋଇ ଦୁଇ ଦିଗରୁ ଚଢ଼ାଉ କରିବା ଫଳରେ ଜୁଆଡିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପୁଲିସ ଦୁଇଟି ଲଢ଼ୁଆ ଗଂଜା ସହ ଗୋଟିଏ ବାଇକ୍, ପାଞ୍ଚଟି ସାଇକେଲ ଏବଂ ୨୫୦୦ ଟଙ୍କା ଜବତ କରିଛନ୍ତି। ଏଥିସହ ଖୁଡୁଖୁଡି ଖେଳରେ ବ୍ୟବହୃତ ହେଉଥିବା ପାଲି, ୬ଟି ଗୋଟି ମଧ୍ୟ ଜବତ କରିଛନ୍ତି। ୬ ଜଣ ଜୁଆଡିକୁ ମଧ୍ୟ ଅଟକ ରଖାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଧାନ ଅମଳ ପରେ ସାଧାରଣତଃ ଆଦିବାସୀ ବହୁଳ ଗାଁ ଗହଳିରେ କୁକୁଡ଼ା ଗାଲି (କୁକୁଡ଼ା ଲଢ଼େଇ) ଚାଲିଥାଏ। ଏଥିସହ ଖୁଡୁଖୁଡି ଖେଳ ମଧ୍ୟ ଚାଲେ। ଏଥିରେ ବହୁ ବ୍ୟକ୍ତି ସର୍ବସ୍ବାନ୍ତ ହେବାର ନଜିର ମଧ୍ୟ ରହିଛି। ବୈପାରିଗୁଡା ପୁଲିସ ଏହି ବେନିୟମ ଜୁଆଖେଳକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ସହ ଆଗାମୀ ଦିନରେ ମଧ୍ୟ ଏହି ଚଢଉ ଜାରିରହିବ ବୋଲି ଏସ୍ଆଇ ଅସିତ କୁମାର ବଳବନ୍ତରାୟ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ହାବିଲଦାର ପି.କେ. ଡଣ୍ଡସେନାଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର