ଚୋରା ଡିଜେଲ ବେପାର ଉପରେ ଚଢ଼ଉ, ୨ ଟ୍ୟାଙ୍କର ଜବତ

କଣ୍ଟିଗଡ଼ିଆ: ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ଚୋରା ଡିଜେଲ କାରବାର ଉପରେ ଆଜି ଧର୍ମଶାଳା ପୁଲିସ ଚଢ଼ଉ କରିଛି। ଏହି ସମୟରେ ପ୍ରାୟ ଶହେ ଲିଟର ଚୋରା ଡିଜେଲ ଜବତ ହୋଇଥିବା ବେଳେ ଦୁଇଟି ତେଲ ଟ୍ୟାଙ୍କରକୁ ଜବତ କରାଯାଇଛି। ତେଲ ମାଫିଆ ଫେରାର ହୋଇଯାଇଥିବା ବେଳେ ଦୁଇ ଟ୍ୟାଙ୍କରର ୨ ଚାଳକ ଓ ୨ ଖଲାସୀଙ୍କୁ ଥାନାରେ ଅଟକ ରଖାଯାଇଛି। ପ୍ରକାଶ ଯେ, ଏହି ଅଞ୍ଚଳରେ ଦୀର୍ଘଦିନ ହେଲା ବିଭିନ୍ନ ଟ୍ୟାଙ୍କରରୁ କିଛି ମାଫିଆ ଡିଜେଲ ଚୋରି କରି ସ୍ଥାନୀୟ ଅଞ୍ଚଳରେ ଥିବା କ୍ରସରକୁ ଯୋଗାଉଥିଲେ। ଏ‌ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ତେଲ ମାଫିଆଙ୍କୁ ନିୟନ୍ତ୍ରଣ କରାଯାଇପାରୁନଥିଲା। ଆଜି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ଗେଟ୍‌ ନିକଟରେ ସଦଳବଳ ଚଢ଼ଉ କରିଥିଲେ। ଏହି ସମୟରେ ଟ୍ୟାଙ୍କର ନମ୍ବର ଓଆର-୧୯କେ-୨୯୧୬, ଓଡି-୦୯ସି-୦୦୧୦ରୁ କିଛି ଲୋକ ତେଲ

ସମ୍ବନ୍ଧିତ ଖବର