ଜଳେଶ୍ୱର: ସିଲଭର ସିଟି ପରେ ଏବେ ଜଳେଶ୍ୱରରୁ ନକଲି ସାମଗ୍ରୀ ଜବତ ହୋଇଛି। ଆଜି ଭୁବନେଶ୍ବରସ୍ଥିତ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମର ଅତିରିକ୍ତ ଏସ୍ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଜଳେଶ୍ଵର ସହର ଷ୍ଟେସନ ବଜାର ଓ ରାଜପୁର ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ନକଲି ପାନମସଲା ଜବତ କରିବା ସହିତ ଚନ୍ଦନ ଚୌରାଶିଆ (୩୦) ଓ ଅଶୋକ କୁମାର ସାହୁ (୪୦) ନାମକ ଦୁଇ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ନକଲି ଗୋପାଳ, ଶିବ, କନକ ଓ ଶିବଦାତା ଜର୍ଦା ଓ ନକଲି ପାନ ମସଲା ଜବତ କରିଛନ୍ତି । ଏହି ଚଢ଼ାଉରେ ଜଳେଶ୍ୱର ପୁଲିସ ମଧ୍ୟ ସାମିଲ ଥିଲେ ।
ଜଳେଶ୍ୱର ଅଂଚଳରୁ ନକଲି ପାନ ମସଲା ଜବତ, ଦୁଇ ବ୍ୟବସାୟୀ ଅଟକ
/sambad/media/post_attachments/wp-content/uploads/2021/01/b253ef59-eb5b-4f4a-956b-563ff0826387.jpg)