ଭିଜିଲାନ୍‌ସ ଜାଲରେ ଜଳସମ୍ପଦ ବିଭାଗର ଉପନିର୍ଦେଶକ: ଭୁବନେଶ୍ୱର-ବାଲେଶ୍ୱରର ୬ଟି ସ୍ଥାନରେ ଚଢାଉ

ବାଲେଶ୍ୱର: ଜଳସମ୍ପଦ ବିଭାଗ, ଭୁବନେଶ୍ୱର, ଓଡ଼ିଶାର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ତଥା ଉପନିର୍ଦେଶକ ସର୍ବେଶ୍ୱର ସେନାପତି ବୁଧବାର ଭିଜିଲାନ୍‌ସ ଜାଲରେ ଫସିଛନ୍ତି। ଆଜି ସକାଳେ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ସମତେ ଭୁବନେଶ୍ୱରରେ ୩ ଏବଂ ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ନାଁରେ ବହୁ ଆକାଉଣ୍ଟ, କାଗଜପତ୍ର ଓ ବ୍ୟାଙ୍କ ବାଲାନ୍ସ ବାହାରିଛି।

ସୂଚନାଯୋଗ୍ୟ, ଯନ୍ତ୍ରୀ ଶ୍ରୀ ସେନାପତିଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମୂଳେ ବାଲେଶ୍ୱର ଭିଜିଲାନ୍‌ସ ସ୍ପେଶାଲ ଜଜ୍‌ଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲ। ଆଜି ଭିଜିଲାନସ୍‌ ଏସପି ସୁନୀଲ ସେନାପତିଙ୍କ ତତ୍ତ୍ୱାବଧାନରେ ୬ଟି ଟିମ୍‌ ଏହି ଚଉରେ ସାମିଲ ଥିଲେଯ ଚଉ ବେଳେ ଶ୍ରୀ ସେନାପତିଙ୍କର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ସମେତ ୟୁନିଟ୍‌-୮ରେ ସରକାରୀ କ୍ୱାର୍ଟର, ଭିପୁଲ ଗାର୍ଡନ୍‌ସରେ ଫ୍ଲାଟ୍‌, ବାଲେଶ୍ୱର ସହରର ଭାସ୍କରଗଂଜରେ ତିନିମହଲା ବିଲ୍‌ଡିଂ, ରାଣୀପାଟଣାରେ ଥିବା ସମ୍ପର୍କୀୟଙ୍କ ଘର ଓ ରେମୁଣା ବ୍ଲକ ବାହାର୍ଦା ଗ୍ରାମର ପୈତୃକଘରେ ଚଢାଉ କରାଯାଇଥିବା ଜଣାଯାଇଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇ ନ ଥିବା ଏସ୍‌ପି ଶ୍ରୀ ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର