ନକଲି ଜର୍ଦ୍ଦା ଗୋଦାମ, ଦୋକାନରେ ଚଢ଼ଉ

ରାଉରକେଲା: ରାଜ୍ୟରେ ସବୁଠି ବିକ୍ରି ଚାଲିଛି ନକଲି ଖାଦ୍ୟ। କେବଳ ଖାଦ୍ୟ ନୁହେଁ ପାନମସଲା ଠାରୁ ଆରମ୍ଭ କରି ସିମେଣ୍ଟ। ନକଲିର ଚେର ଲମ୍ବିଛି ରାଜ୍ୟର ପ୍ରମୁଖ ସହରକୁ। କଟକ, ଭଦ୍ରକ ପରେ ସ୍ମାର୍ଟ ସିଟି ରାଉରକେଲାରେ ଆଜି କଟକ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଛନ୍ତି। ଆଜି ସକାଳ କ୍ରାଇମବ୍ରାଞ୍ଚ ଟିମ୍‌ ରାଉରକେଲାରେ ପହଞ୍ଚିବା ପରେ ସ୍ଥାନୀୟ ପୁଲିସ ସହାୟତାରେ ପ୍ଲାଣ୍ଟସାଇଟ୍‌, ଡେଲିମାର୍କେଟ, ପ୍ଲାଣ୍ଟସାଇଟ୍‌ ପୋଷ୍ଟ ଅଫିସ୍‌ ଗଳି, ଜିଟି ଲେନ୍‌ ସମେତ ପ୍ରମୁଖ ବଜାରର ଥିବା ଗୋଦାମ, ଦୋକାନରେ ଚଢ଼ଉ କରିଛନ୍ତି। ଜିଟି ଲେନ୍‌ର ଏକ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା, ପାନ ମସଲା ଜବତ କରିଛନ୍ତି। ଏସବୁ ନକଲି ଜିନିଷ କେଉଁଠୁ ଆସୁଥିଲା ? ରାଉରକେଲାରୁ ରାଜ୍ୟ ଓ ରାଜ୍ୟ ବାହାରର କେଉଁ କେଉଁ ସହରକୁ ଚାଲାଣ ହେଉଛି ସେ ସଂକ୍ରାନ୍ତରେ ଗୋଦାମ ଓ ଦୋକାନମାନଙ୍କୁ ପଚରାଉଚୁରା କରିଛନ୍ତି। ଆସନ୍ତକାଲି (ଶୁକ୍ରବାର) ସହରର ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର