ଜୟପୁର: ଖାଇବା ତେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଦୋକାନୀମାନେ କଳାବଜାରୀ କରୁଛନ୍ତି। କିଏ କେଉଁ ଦରରେ ବିକ୍ରି କରୁଛି ତାହାର କିଛି ଠିକଣା ନାହିଁ। ଏନେଇ ଯୋଗାଣ ବିଭାଗ ପକ୍ଷରୁ ଆଜି ଜୟପୁର ସହରରେ ବିଭିନ୍ନ ହୋଲସେଲର ଦୋକାନରେ ଚଢ଼ଉ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟା ବେଳେ ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ସୁଶୀଲ କୁମାର ଜେନାଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ବିଭିନ୍ନ ହୋଲସେଲ ଦୋକାନରେ ଚଢ଼ଉ କରିଥିଲେ। ସହରର ମହାତ୍ମାଗାନ୍ଧୀ ମାର୍ଗ, ପ୍ରଥମ ଦୈନିକ ବଜାର ଓ ଲିଙ୍ଗରାଜ ନଗରରେ ଥିବା ୩ଟି ହୋଲସେଲର ଦୋକାନରେ ପହଞ୍ଚି ତେଲର ଷ୍ଟକ ଚେକ୍ କରିଥିଲେ। ଏଥିସହ ଖାଇବା ତେଲ, ସୂର୍ଯ୍ୟମୂଖୀ ତେଲ ଓ ସୋରିଷ ତେଲର କମ୍ପାନୀ ଦର କେତେ ରହିଛି ଓ କେଉଁ ଦରରେ ତାହାକୁ ବିକ୍ରି କରାଯାଉଛି ସେନେଇ କାଗଜପତ୍ର ଯାଞ୍ଚ କରିଥିଲେ। ସେଠାରେ ଦର ସଠିକ୍ ରହିଥିବା ବେଳେ ଆସନ୍ତା ଦିନରେ ଦୋକାନଗୁଡିକରେ ଚଢ଼ଉ କରାଯିବ ବୋଲି ଯୋଗାଣ ଅଧିକାର କହିଛନ୍ତି। ଏହି ଚଢ଼ଉରେ ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ଜୟପୁର ବ୍ଲକ ଏମ୍ଆଇ ହରିଶ ମଲ୍ଲିକ, ପୌରପାଳିକା ଏମ୍ଆଇ ଦେବର୍ଶୀ ମାର୍ଥା ଓ କୁନ୍ଦୁରା ବ୍ଲକ ଏମ୍ଆଇ ମୁରଲୀଧର ହେଶା ସାମିଲ ହୋଇଥିଲେ।
ଖାଇବା ତେଲ କଳାବଜାରୀ, ହୋଲସେଲର ଦୋକାନରେ ଚଢ଼ଉ କଲା ପ୍ରଶାସନ
/sambad/media/post_attachments/wp-content/uploads/2022/04/JPR-Oil-raid-acso.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)