ବଅଁରପାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତାଳଚେର ରୋଡ ଷ୍ଟେସନ ଠାରେ ରେଳରୋକ୍

ବଅଁରପାଳ : ବିଜେପି ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି କୃଷକ ମୋର୍ଚ୍ଚା ଓ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସମର୍ଥନରେ ବଅଁରପାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତାଳଚେର ରୋଡ ଷ୍ଟେସନରେ ରେଳରୋକ କରାଯାଇଛି ।

ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀଙ୍କ ନେତୃତ୍ୱରେ ଏହି ଶାନ୍ତିପୂର୍ଣ ଭାବେ ରେଳ ରୋକ କରାଯାଇଛି । ବିକ୍ଷୋଭକାରୀମାନେ ତିନୋଟି କୃଷି ବିଲ ପ୍ରତ୍ୟାହାର, ଲଖିମପୁର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା ପ୍ରତିବାଦ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର  ଓ ଦୋଷୀକୁ ଉଚିତ ଦଣ୍ଡ ଦାବି କରିଛନ୍ତି ।

ଆଜିର ଆନ୍ଦୋଳନରେ ଜିଲ୍ଲା ସଭାପତି ବିପ୍ଳବ ଜେନା,ବ୍ଲକ ସଭାପତି ବିନୋଦ କୁମାର ମାଝୀ,ସମ୍ପାଦକ ଦୁଃଶାସନ ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଜଗନ୍ନାଥ ବେହେରା, ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ଯୁବ କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ଆଦିତ୍ୟ ନାଏକ, ଦିନେଶ ନାଏକ, ଛାତ୍ର କଂଗ୍ରେସର ଅଷ୍ଟମ କୁମାର ବେହେରା ଓ ତ୍ରିଲୋଚନା ସାହୁ, ନେହେରୁ ସାହୁ, ପତିତପାବନ ବିଶ୍ୱାଳ, ବିଶ୍ୱନାଥ ନାଏକ, ଦଣ୍ଡ ମହାନ୍ତି, ସୁଜିତ ବେହେରା, ବସନ୍ତ ବେଉରା, ଭରତ ବେହେରା, ଉଚ୍ଛବ ସାମଲ,ଚୌଧୁରୀ ନାଏକ,ଫୁକୁନ ଦାସ,ସିଲୁ ସାହୁ, ମାନସ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର