କେନ୍ଦୁଝର: ସାରା ଦେଶରେ ଆଜି କୃଷକ ସଂଗଠନ ପକ୍ଷରୁ ରେଳରୋକ ଆହ୍ବାନ ଦିଆଯାଇଥିଲା। କେନ୍ଦୁଝରଗଡ ରେଳଷ୍ଟେସନରେ ସିଟି, ଏଆଇଟିୟୁସି ଓ କୃଷକ ସଭା ପକ୍ଷରୁ ରେଳରୋକ କରାଯାଇଥିଲା । ଆଜି ଦିନ ସାଢେ ୧୨ଟା ବେଳେ ସିଟୁ, ଏଆଇଟିୟୁସି ଓ କୃଷକ ସଭାର ନେତା, କର୍ମୀମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ଲୁହାପଥର ନେଇ ଯାଉଥିବା ୨ଟି ମାଲବାହୀ ରେଳକୁ ଆନ୍ଦୋଳନକାରୀ କେନ୍ଦୁଝରଗଡ ଷ୍ଟେସନରେ ଅଟକ ରଖିଥିଲେ।
ଆନ୍ଦୋଳନକାରୀଙ୍କ ଦାବିଥିଲା ଯେ କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଏହି ଅବସରରେ କୃଷକ ସଭାର ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ରାଉତ କହିଥିଲେ ଯେ, ଦେଶର ଅନ୍ନଦାତା ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତାରଣା କରୁଛନ୍ତି। ଦିଲ୍ଳୀରେ ଚାଷୀମାନେ ପାଖାପାଖି ୩ ମାସ ହେଲାଣି ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ। କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ ଆଦୌ ଶୁଣିୁ ନାହାନ୍ତି । କିପରି ସେମାନଙ୍କ ଆନ୍ଦୋଳନ ଭଣ୍ଡୁର ହେବ ସେଥି ପାଇଁ ଲାଗିପଡିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ।
ଏମଏସ ସ୍ବାମୀନାଥନ କମିଶନ ସୁପାରିଶ ଆଧାରରେ ଏମଏସପି ପ୍ରଦାନ ନିମନ୍ତେ ଆଇନ ପ୍ରଣୟନ କରିବା, ଆନ୍ଦୋଳନକାରୀ କୃଷକ ଓ କୃଷକ ନେତାଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହାର କରିବା । ଦିଲ୍ଲୀରେ କୃଷକ ଆନ୍ଦୋଳନରେ ସହିଦ କୃଷକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି।। ଏହି ଦାବି ପୂରଣ ନହେଲେ ଅଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଚାଷୀଙ୍କୁ ବହୁ ପ୍ରତାରଣା ଓ ଯନ୍ତ୍ରଣା ଦେଉଛି। ଚାଷ ସମୟରେ ଚାଷୀଙ୍କୁ ବିହନ, ସାର, କୀଟନାଶକ କିଛି ଦେଲେ ନାହିଁ । ଚାଷୀ ବହୁ କଷ୍ଟ କରି ଚାଷ କଲେ । ଉତ୍ପାଦନ ମଧ୍ୟ କଲେ। ଏବେ ଚାଷୀଙ୍କଠାରୁ ଧାନ ନେଉ ନାହାନ୍ତି । ଟୋକନ ଦେଇ ଧାନ ନନେବା ଚାଷୀଙ୍କୁ କେବଳ ପ୍ରତାରଣା ବୋଲି ସେ କହିଥିଲେ।
ରେଳ ରୋକରେ କୃଷକ ସଭାର ଜିଲ୍ଲା ଯୁଗ୍ମ ସଂପାଦକ ଭବାନୀ ଶଙ୍କର ମହାନ୍ତ, ଏଆଇଟିୟୁସିର ନେତା ଶ୍ରୀହରୀ ଘଣା, କୃଷକ ନେତା ଅନନ୍ତ ମହାନ୍ତ, ପବିତ୍ର ପାତ୍ର, ମନୋହର ମହାନ୍ତ, ହୃଦାନନ୍ଦ ପାତ୍ର, ବିରଞ୍ଚି ଦେହୁରୀ, ଖଗେଶ୍ବର ମହାନ୍ତ, ଜଗଦୀଶ ଓରାମ, ଲକ୍ଷ୍ମୀଧର ନାଏକ, ନୀଳାଦ୍ରି ସେନାପତି, ଅଞ୍ଜନା ଦେହୁରୀ, ସୂର୍ଯ୍ୟ ଦେହୁରୀ, ଚାନ୍ଦିନୀ ସେନାପତି, ଘନଶ୍ୟାମ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ଅଙ୍କୁର ମହାନ୍ତ, ଉମେଶ ମହାନ୍ତଙ୍କ ସମେତ ବହୁ ନେତାକର୍ମୀ ଉପସ୍ଥିତ ଥିଲେ ।
/sambad/media/post_attachments/wp-content/uploads/2021/02/6e8615f3-5ff6-44f6-a42a-bc3b5fe922b8-1024x768.jpg)
ବଡ଼ବିଲ ରେଳଷ୍ଟେସନରେ ରେଳ ରୋକ
କେନ୍ଦ୍ର ସରକାରଙ୍କ କୃଷି ଆଇନ ୨୦୨୦ କୁ ବିରୋଧ କରି ଦିଲ୍ଲୀ ଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନର ନେତୃତ୍ବ ନେଉଥିବା କୃଷକଙ୍କ ଉପରେ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ଆଜି ସାରା ଦେଶରେ ରେଳରୋକ କରାଯାଇଛି। ବଡ଼ବିଲରେ ମଧ୍ୟ ଏହି ରେଳରୋକ ସଫଳ ହୋଇଥିଲା। ଏହି ରେଳ ରୋକରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ମହେଶ୍ବର ରାଉତ, ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତ, ସହସମ୍ପାଦକ କପିଳ ପ୍ରସାଦ ମହାନ୍ତି, ସିଆଟିୟୁ ନେତା ଇନ୍ଦ୍ରାମଣି ବେହେରା ଓ ଧରଣୀଧର ମହାନ୍ତ ପ୍ରମୁଖ ନେତୃତ୍ବ ନେଇଥିଲେ। ଏହି ରେଳରୋକ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ ଟା ଯାଏ ୪ ଘଣ୍ଟା ଧରି ଚାଲିଥିଲା। ରେଳ ରୋକଯୋଗୁ ବଡ଼ବିଲ-କୋଲକୋତା ଜନଶତାବ୍ଦୀ ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ ମଧ୍ୟ ୪ ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଥିଲା। ରେଳଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ରେଳରୋକରେ ହୃଦାନନ୍ଦ ପ୍ରଧାନ, କ୍ଷୀରୋଦ ମହାନ୍ତ, ହୃଦାନନ୍ଦ ପାତ୍ର, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହାନ୍ତ, ବିରଞ୍ଚି ଦେହୁରୀ, କାହ୍ନୁଚରଣ ସାମଲ, ରାଜାରାମ ମୁଣ୍ଡା, ଏମଡି ବଦ୍ରୁଯାମା, ଗୋବିନ୍ଦ ସାମଲ, ପ୍ରମୋଦ ଶୁକ୍ଳା ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/0e4a9d40-73c9-4ead-b475-b6f8c3893224.jpg)