ମାଲପରିବହନରେ ୩ବର୍ଷରେ ସର୍ବାଧିକ ରେକର୍ଡ କଲା ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍

ଜୟପୁର: ଗତ ୩ବର୍ଷରେ ମାଲପରିବହନରେ ସର୍ବାଧିକ ରେକର୍ଡ ଆର୍ଥିକ ବର୍ଷର ୧୦ଦିନ ପୂର୍ବରୁ ସ୍ଥାପନ କରିଛି ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍। ଏଥିରେ ସିଂହଭାଗ ଅବିଭକ୍ତ କୋରାପୁଟଜିଲ୍ଲା ଓ ଛତିଶଗଡର କିରଣ୍ଡଲ ରହିଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବକ୍ସାଇଟ, ଆଲୁମନିୟମ, ମକା, ଧାନ ଏବଂ କିରଣ୍ଡଲରୁ ଆଇରନ ଓର ପରିବହନ ହେଉଛି। ଏହି ଡିଭିଜନରେ ଗତ ୨୦୨୦-୨୧ଆର୍ଥିକ ବର୍ଷରେ ୬୧.୭ନିୟୁତ ଟନ ମାଲ ପରିବହନ ହୋଇଥିବା ବେଳେ ୨୦୨୧-୨୨ଆର୍ଥିକ ବର୍ଷରେ ୬୬.୮୮ନିୟୁତ ଟନ ହୋଇଥିଲା। ତେବେ ଏହି ବର୍ଷ ରେକର୍ଡ ସୃଷ୍ଟି କରିବା ସହ ୬୬.୯୨ନିୟୁତ ଟନ ପରିବହନ କରି ଆର୍ଥିକ ବର୍ଷ ଶେଷର ୧୦ଦିନ ପୂର୍ବରୁ ଏହି ରେକର୍ଡ ସୃଷ୍ଟି କରିଛି। ଏହି ମାସ ଶେଷ ସୁଦ୍ଦା ୬୭ମେଟ୍ରୀକ ଟନ ପହଚିଂବ ବୋଲି ଡିଭିଜନ ପକ୍ଷରୁ କୁହରଯାଇଛି। ସେଭଳି ଗତ ବର୍ଷ ତୁଳନାରେ ଏହା ୧୩.୩୫ପ୍ରତିଶତ ଅଧିକା।

Sambad

ଏଥିରେ ଆଲୁମିନା ପାଉଡର ୩.୬ନିୟୁତ ଟନ, ବକ୍ସାଇଟ୍ ୫.୭୫ନିୟୁତ ଟନ, କୋଇଲା ୨୫.୪୨ନିୟୁତ ଟନ, କଣ୍ଟେନର ୧.୩୭ ନିୟୁତ ଟନ, ରାସୟନିକ ସାର ୨.୯୧ନିୟୁତ ଟନ, ଆଇରନ ଓ ଷ୍ଟିଲ ୨.୪୩ନିୟୁତ ଟନ, ଆଇରନ ଓର(ଲୁହା ପଥର ) ୧୭.୬୩ ନିୟୁତ ଟନ, ପିଓଏଲ୍ ୧.୫୧ନିୟୁତ ଟନ ଓ ଧାନ ସହ ଅନ୍ୟାନ୍ୟ ପରିବହନ ୬.୩ ନିୟୁତ ଟନ ଏଭଳି ସର୍ବମୋଟ ୬୬.୯୨ନିୟୁତ ଟନ ହୋଇଥିବା ବେଳେ ଏହା ମାସ ଶେଷ ସୁଦ୍ଧା ୬୭ନିୟୁତ ଟନରେ ପହଞ୍ଚିବା ପୂର୍ବତଟ ରେଳବାଇ ୱାଲଟିୟର ଡିଭିଜନ ପକ୍ଷରୁ ସୂଚନା ମିଳିଛି। କୋତାୱାଲସା କିରଣ୍ଡଲ ଦୋହରୀକରଣ କାମ ସରିଲେ ଏହି ମାଲ ପରିବହନ ଆହୁରି ଅଧିକା ବୃଦ୍ଧି ପାଇବା ସହ ରେଳବାଇକୁ ଯଥେଷ୍ଟ ଲାଭ ଦେବ। ଏହା ସହ ଅଂଚଳର ମାଲ ପରିବହନ ହେବା ଦ୍ବାରା ଅଂଚଳର ବି ସାମଗ୍ରୀକ ବିକାଶ ହେବା ସହ ଦେଶର ବିକାଶରେ ଭାଗିଦାରୀ ହୋଇପାରିବା ବୋଲି ଡିଭିଜନ ପକ୍ଷରୁ କୁହାଯାଇଛି। ମାଲଗାଡ଼ିର ଘୋର ଅଭାବ , ପ୍ରାକୃତିକ ବିପର୍ଯ୍ୟୟ, ନୂତନ ଦୋହରୀକରଣ ଲାଇନ କାମ, କୋତାୱାଲସା-କିରୋଣ୍ଡଲ ଲାଇନରେ ବଡ ଦୁର୍ଘଟଣା ସତ୍ବେ ଏହା ହାସଲ କରାଯାଇଛି। ଏହାର ଶ୍ରେୟ ଡିଭିଜନର ସମସ୍ତ ବରିଷ୍ଠ ଅଧିକାରୀ ଓ ଟିମଙ୍କୁ ଦେଇଛନ୍ତି ଡିଭିଜିନାଲ ପ୍ରବନ୍ଧକ ଅନୁପ ଶତପଥୀ। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବ ବୋଲି ଶ୍ରୀ ଶତପଥୀ ଆଶାବକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର