କୋରାପୁଟରେ ରେଳମନ୍ତ୍ରୀ ଅଶ୍ୱିନୀ

ମୋଦିଙ୍କ ବିକାଶ ଧାରାରେ ଯୋଡି ହେବ କୋରାପୁଟ: ଅଶ୍ୱିନୀ

କୋରାପୁଟ : “ମୋଦିଙ୍କ ବିକାଶ ଧାରାରେ କୋରାପୁଟ ଯୋଡି ହେବ । କୋରାପୁଟରେ ରହିଥିବା ପର୍ଯ୍ୟଟନ ଭିତ୍ତିକ ରେଳ ପଥର ବିକାଶ କରାଯିବ । ରେଳ ସହ ଜଡିତ ସବୁ ପ୍ରକଳ୍ପରେ ରହିଥିବା ଅନ୍ତରାୟକୁ ତୁରନ୍ତ ସମାଧାନ କରାଯିବ ।’’ ସ୍ଥାନୀୟ ଦକ୍ଷତା ବିକାଶ ସମ୍ମିଳନୀ କକ୍ଷରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ । ଆଜି ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇ କୋରାପୁଟର ପ୍ରାକୃତିକ ପ୍ରେମରେ ପଡିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ । ଏହାର ମନୋରମ ଦୃଶ୍ୟ ଦେଖି ସେ ବିମୋହିତ ହୋଇଛନ୍ତି । କୋରାପୁଟକୁ ସ୍ୱିଜରଲ୍ୟାଣ୍ଡ ପରି ରେଳ ଭିତ୍ତିକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରାଯିବ । ସେନେଇ ବିହିତ ପଦକ୍ଷେପ ନିଆଯିବ । ରାୟଗଡାରୁ କୋରାପୁଟକୁ ସଡକପଥରେ ଜନ ଆଶୀର୍ବାଦ ଯାତ୍ରା ଆସିଲାବେଳେ ପ୍ରାକୃତିକ ଦୃଶ୍ୟ ତାଙ୍କୁ ବିମୋହିତ କରିଥିଲା । ତେଣୁ ଏହାକୁ ବିକଶିତ କରାଯିବା ଉଚିତ ବୋଲି ସ୍ତାନୀୟ ଦକ୍ଷତା ବିକାଶ ସମ୍ମିଳନୀରେୀ କକ୍ଷରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ପାଇଁ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ରାଜ୍ୟ ସରକାରଙ୍କର ସହ ଆଲୋଚନା କରାଯାଇ ଏହାର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଅର୍ଥ ବ୍ୟୟବରାଦ କରାଯାଇଥିବାବେଳେ ଯେତେଶୀଘ୍ର ଜମି ଅଧିଗ୍ରହଣ କରାଯିବ, ସେତେ ଶୀଘ୍ର ଜୟପୁର-ନରଙ୍ଗପୁର-ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ହେବ ବୋଲି ସେ କହିଛନ୍ତି ।
କୋରାପୁଟ ବାଇପାସ ନେଇ ସେ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କଠାରୁ  ମ୍ୟାପକୁ ଷ୍ଟଡି କରାଯିବ । ଏହାପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । କୋରାପୁଟ ସହର ଦେଇ ଯାଉଥିବା ବାଇପାସ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ।
ସୁକୁ ବ୍ରିଜ ନେଇ ସେ କହିଛନ୍ତି ଯେ ୧୦୮ ଗାଁର ଜୀବନ ରେଖା ପାଲଟିଥିବା ଏହି ବ୍ରିଜ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ଏନେଇ ମ୍ୟାପ ଦେଖି ସେମାନଙ୍କୁ କିୀପରି ମୌଳିକ ସୁବିଧା ପ୍ରଦାନ କରାଯିବ ସେନେଇ ବିଭାଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ରେଳଲାଇନର ଦୋହରୀକରଣର ଆବଶ୍ୟକତା ରହିଛି । ଯେତେ ରେଳ ଲାଇନର ଦୋହରୀକରଣ ହେବ ସେତେ ରେଳ ଚାଲିବ । ତେଣୁ ଏଥିରେ ଅନ୍ତାରାୟକୁ ଚିହ୍ନଟ କରାଯାଇଛି । ଏଥି ପ୍ରତିଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।
ରେଳର ସେବା ଯୋଗାଣ ନେଇ ସେ କହିଛନ୍ତି ଯେ ୭ ବର୍ଷ ପୂର୍ବରୁ ରେଳ  ସେବା କ’ଣ ଥିଲା ଏବେ କ’ଣ ରହିଛି ତାହା ଗତକାଲି ରେଳରେ ଆସିବା ପରେ ଯାତ୍ରୀଙ୍କଠାରୁ ପ୍ରତିକ୍ରିୟାରେ ପାଇଛି । ରେଳରେ ସ୍ୱର୍ଚ୍ଛତା, ପରିଛନ୍ନତା ଓ ସମୟନୁବର୍ତ୍ତିତାକୁ ଧ୍ୟାନ ଦିଆଯାଇଥିବାରୁ ଲୋକେ ଖୁସି ରହିଛନ୍ତି । ସେମାନଙ୍କଠାରୁ ଏହା ଶୁଣିବା ପରେ ଅତି ଆନନ୍ଦିତ ରହିଛି ବୋଲି ସେ କହିଛନ୍ତି । ଓଡ଼ିଶାର କୌଣସି ରେଳମନ୍ତ୍ରୀଙ୍କୁ ଏବେ ଯାଏ ରେଳ ବିଭାଗ ଦିଆଯାଇନାହିଁ । ମୋତେ ସେ ବିଶ୍ୱାସ କରି ଦେଇଥିବାରୁ ମୁଁ କୃତଜ୍ଞ ।
ମୋଦି ସରକାର ବୈଷୟିକ ଓ ପ୍ରଯୁ୍‌କ୍ତି ବିଦ୍ୟାକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ଖୁବଶୀଘ୍ର ପ୍ରତି ଗାଁକୁ ଇଣ୍ଟରନେଟ ସଂଯୋଗ ଦିଆଯିବ । ଏଥିନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ ରାଜ୍ୟଗୁଡିକଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି । ଦୁର୍ଗମ ଅଞ୍ଚଳରେ ଟାୱାର ପ୍ରତିଷ୍ଠା ନେଇ ସେ କହିଛନ୍ତି ଯେ ଅବିଭକ୍ତ କୋରାପୁଟରେ କୌଣସି ଅଞ୍ଚଳ ଅପହଞ୍ଚ ରହିବନି । ସବୁ ଜାଗାରେ ଯୋଗାଯୋଗ ସ୍ଥାପନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିପାଇଁ ଜଡିତ ବିଭାଗ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ସମ୍ବନ୍ଧିତ ଖବର