ରାୟଗଡା/ରାଇରଙ୍ଗପୁର: ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪ ରେଳଷ୍ଟେସନର ଉନ୍ନତିକରଣ ଏବଂ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍ ନିର୍ମାଣ କରାଯାଉଥିବା ଜଣାପଡିଛି। ସେଥିମଧ୍ୟରୁ ଆଜି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ହୋଇଯାଇଛି।

Advertisment

ରାୟଗଡ଼ା ରେଳଷ୍ଟେସନ ପାଇଁ ୨୪୩ କୋଟି ଟଙ୍କା ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି,ଏସପି ହରିଶା ବି.ସି, ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ, ଭାଜପା ନେତା କାଳୀରାମ ମାଝି, ଶିବଶଙ୍କର ଉଲାକା, ବସନ୍ତ ଉଲାକା ଓ ରେଳ ବିଭାଗ ସିପିଏମ ଓ୍ବାଇ ମସ୍ତାନେୟା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ।ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ମଞ୍ଚରେ ସାଂସଦ ସପ୍ତଗିରି ଉଲ୍ଲାକା ରାୟଗଡ଼ା ରେଳ ଡିଭିଜନ ସମେତ ଗୁଣପୁର-ଥେରୁବାଲି ରେଳପଥ ଦାବି ଉଠାଇଥିଲେ।

publive-image

ସେହିପରି ଏହି ଯୋଜନାରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେଳ ଷ୍ଟେସନ ମଧ୍ୟ ସ୍ଥାନ ପାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ଯୋଗେ ଶିଳାନ୍ୟାସ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ରେଳ ଷ୍ଟେସନ ମାଷ୍ଟର ଏସ. ପ୍ରସାଦ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍, ବିଜେପିର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି କ୍ୃପାସିନ୍ଧୁ ମହାନ୍ତ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିନିମାସ ପୂର୍ବରୁ ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁର ଗସ୍ତରେ ଆସି ୩ଟି ନୂତନ ରେଳ ଉଦଘାଟନ କରିଥିଲେ ଏବଂ ବର୍ତ୍ତମାନ ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ କରି ଶିଳାନ୍ୟାସ କରିଥିବାରୁ ଅଂଚଳବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି ।