ଡାକ ଘରେ ଆରମ୍ଭ ହେଲା ରେଳଟିକେଟ ବୁକିଂ

ଜୟପୁର: ଏଣିକି ରେଳରେ ଯାତ୍ରା କରିବାକୁ ଇଛା ଥିଲେ ଆଉ ରେଳଷ୍ଟେସନକୁ ଯାଇ ଟିକେଟ ବୁକିଂ କରିବା ଆବଶ୍ୟକ ନାହିଁ। ଭାରତୀୟ ରେଳବିଭାଗର ଆଇଆରସିଟିସି ପକ୍ଷରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳରେ ଯାତ୍ରା କରିବାକୁ ହେଲେ ପୂର୍ବରୁ ଡାକଘରକୁ ଯାଇ ରେଳଟିକେଟ କାଟି ପାରିବେ। ଏଥି ପାଇଁ ସମସ୍ତ ଅନୁସଙ୍ଗିକ ଭିତ୍ତିଭୁମିର ସୁବ୍ୟବସ୍ଥା ଡାକଘରେ କରାଯାଇଛି। କୋରାପୁଟ ମଣ୍ଡଳ ଅଧିନରେ ଥିବା କୋରାପୁଟ, ନବରଙ୍ଗପୁର ଓମାଲାକାନଗିରୀ ଜିଲ୍ଲାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୮୭ଟି ଡାକଘରେ ଏହି ସେବା ଉପଲବ୍ଧ କରାଯାଇଛି ବୋଲି କହିଛନ୍ତି କୋରାପୁଟ ମଣ୍ଡଳ ବରିଷ୍ଠ ଅଧିକ୍ଷକ ମନୋଜ ପ୍ରାଗଡ଼ା। ମଣ୍ଡଳ ଅଧିନରେ ଥିବା ତିନି ଜିଲ୍ଲାରେ ଥିବା ଗୋଟିଏ ହେଡ୍ ପୋଷ୍ଟ ଅଫିସ, ୨ଟି ମୁଖ୍ୟ ଡାକଘର, ୬୩ଟି ସବପୋଷ୍ଟ ଅଫିସ, ୬୦୩ଟି ଶାଖା ରହିଛି। ତିନି ଜିଲ୍ଲାର ପ୍ରମୁଖ ସହର ସମେତ ବହୁ ଦୁର୍ଗମ ଗାଁ ଗୁଡିକରେ ଥିବା ବ୍ରାଞ୍ଚ ଶାଖାରେ ବି ଏହି ସେବା ଆରମ୍ଭ ହୋଇ ସାରିଛି। ଆଗାମୀ ଦିନରେ ବଳକାଥିବା ସମସ୍ତ ଡାକଘରେ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି କହିଛନ୍ତି ବରିଷ୍ଠ ଅଧିକ୍ଷକ। କୋରାପୁଟ ଜିଲ୍ଲାରେ ଜୟପୁର ହେଡପୋଷ୍ଟ ଅଫିସ, ଜୟନଗର, ଶ୍ରୀରାମ ନଗର, ଇରିଗେସନ୍ କଲୋନୀ, ପିଆରପେଟ୍ଟା, କୋରାପୁଟ ମୁଖ୍ୟଡାକଘର,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏସଓ, ଲମତାପୁଟ, ସୁନାବେଢ଼ା-୧,୨ ଓ ଆର ଜୋନ, ଦାମନଯୋଡି, ପଟ୍ଟାଙ୍ଗୀ, କୁନ୍ଦ୍ରା, ବୈପାରୀଗୁଡ଼ା, ଆମ୍ବାଗୁଡା, କୋଲାବନଗର, ବୋରିଗୁମ୍ମା ଏସଓ ସହ ଦୁର୍ଗମ ଚମ୍ପାପଦର ଶାଖାରେ ବି ଏହି ସେବା ଉପଲବ୍ଧ ବୋଲି କହିଛନ୍ତି ବରିଷ୍ଠ ଅଧିକ୍ଷକ।

ନବରଙ୍ଗପୁର ଜିଲ୍ଲାରେ ନବରଙ୍ଗପୁର ମୁଖ୍ୟ ଡାକଘର, ଉମରକୋଟ, ଡାବୁଗାଁ, ଚନ୍ଦାହାଣ୍ଡି, ପାପାଡାହାଣ୍ଡି, ତେନ୍ତୁଳିଖୁଣ୍ଟି ଏସଓ, ମାଲକାନଗିରୀ ଜିଲ୍ଲାର ମାଲକାନଗିରୀ ମୁଖ୍ୟଡାକଘର, କର୍ତ୍ତନପାଲ୍ଲୀ, ସେରପାଲ୍ଲୀ, ପଟରେଲ,ନିଳକମ୍ବାରୀ, ଉଡୁପା, ବାଡ଼ିଘେଟା, ଚିତାଲାୱାଡା,ପାଣ୍ଡ୍ରିପାଣୀ, ପାଙ୍ଗମ୍, ମେଣ୍ଡିକୁଲି, ମହୁପଦର, ବଳଦା, କିଆଙ୍ଗ,କୋରକୋଣ୍ଡା ଆଦି ଶାଖା ସହ ଆଉ କିଛି ସବପୋଷ୍ଟ ଅଫିସ ଓ ବ୍ରାଞ୍ଚ ପୋଷ୍ଟ ଅଫିସରେ ଏହି ସେବା ମିଳିପାରିବ ବୋଲି କହିଛନ୍ତି ବରିଷ୍ଠ ଅଧିକ୍ଷକ। ଏହି ସେବା ଉପଲବ୍ଧ କରାଇବା ପାଇଁ ମିନି ଲ୍ୟାପଟପ୍ ସହ ମୋବାଇଲ୍ ଫୋନ ଦିଆଯାଇଛି। ଏହା ସହ ସଂପ୍ରତି କମନ୍ ସର୍ଭିସ ସେଣ୍ଟରରେ ପାନକାର୍ଡ, ସୁକନ୍ୟା ଯୋଜନା, ଆଧାରକାର୍ଡ, ପାସପୋର୍ଟ, ମୋବାଇଲ୍ ଓ ଫୋନ ବିଲ୍ ପେମେଣ୍ଟ, ବିଦ୍ୟୁତ ବିଲ୍ ପୈଠ, ଜନ୍ମ ଓ ମୃତ୍ୟୁ ସାର୍ଟିପିକେଟ, ବସ, ଓ ପ୍ଲାଇଟ୍ ଟିକେଟ ଭଳି ୧୨୦ଟି ସେବା ପୂର୍ବରୁ ଉପଲବ୍ଦ ରହିଥିଲା। ଏବେ ଆଇଆରସିଟିସିର ସହଯୋଗରେ ରେଳଟିକେଟ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି କହିଛନ୍ତି ବରିଷ୍ଠ ଅଧିକ୍ଷକ। ପୂର୍ବରୁ ଲୋକେ ଦୁରଦୁରାନ୍ତକୁ ଯାତ୍ରା କରିବା ପାଇଁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଟିକେଟ ବୁକିଂ କରିବାକୁ ‌ଆସିବାକୁ ପଡ଼ୁଥିଲା। ଏହା ସାଙ୍ଗକୁ ଦଲାଲ ମାନଙ୍କର ଶୋଷଣର ଶୀକାର ବି ହେଉଥିଲେ। ନିଜ ଅଞ୍ଚଳ ତଥା ଗାଁର ଡାକଘରେ ହାତପଆନ୍ତାରେ ଏହି ସେବା ପାଇପାରିବେ।

ସମ୍ବନ୍ଧିତ ଖବର