ଭଦ୍ରକରେ ରାଜ୍ୟସ୍ତରୀୟ ମେଘ ଉତ୍ସବ

ଭଦ୍ରକ: ଭଦ୍ରକ ଟାଉନ ହଲଠାରେ ରାଜ୍ୟସ୍ତରୀୟ ମେଘ ଉତ୍ସବ ଶୁକ୍ରବାର ସଂଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ମେଘ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସେହିଭଳି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲାପାଳ ଜ୍ଞାନ ଦାସ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଭାର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକ।

ସ୍ନେହଲତା ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ମେଘ ଉତ୍ସବରେ ଧନ୍ୟବାଦ ଦେଇଥିଲେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା। ସଭା ଶେଷରେ ମେଘ ଉତ୍ସବ ଅବସରରେ ଓଡ଼ିଶୀ ମୃତ୍ୟ ପରିବେଶଷଣ କରାଯାଇଥିଲା। ଏଥିରେ ଭାରତୀ ନୃତ୍ୟ ମନ୍ଦିର, ଭୁବନେଶ୍ୱରର ଗୁରୁ ଭରତ ଚନ୍ଦ୍ର ଗିରି ଓ ସାଥୀମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶୀ କଣ୍ଠ ସଂଗୀତ ଗୁରୁ ଧୀରଜ କୁମାର ମହାପାତ୍ର, ସୁଗମ ସଂଗୀତ ବିଷ୍ଣୁ ଚରଣ ରାଉତ, ମିତାଲି ଚିନାରା, ହରିପ୍ରିୟା ସ୍ୱାଇଁ, ବିଷ୍ଣୁମୋହନ କବି, ସୁଦାମ ଚନ୍ଦ୍ର ରାମ, ଲୋକ ନୃତ୍ୟ ଚଇତି ଘୋଡା ପରିବେଷଣ କରିଥିଲେ। ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ, ବାଦ୍ୟଯନ୍ତ୍ର ସହଯୋଗ ଶିଳ୍ପୀ ଗୁରୁ ସଚ୍ଚିଦାନନ୍ଦ ଦାସ, ଅଜୟ କୁମାର ଚୌଧୁରୀ, ସଂଜୟ କୁମାର ରାଉତ, ସୀତାଂଶୂ ଶେଖର ରାଉତ, ସନ୍ଦୀପ କୁମାର ସାହୁ, ବଂଶୀଧର ସାହୁ, ସୀତାକାନ୍ତ ଜେନା ପ୍ରମୁଖ।

ସମ୍ବନ୍ଧିତ ଖବର