ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ବେହାଲ ହୋଇଛି। ବିଶେଷ କରି ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଲଗାଣବର୍ଷା ସାଧାରଣ ଜୀବନ ଅସ୍ତବ୍ୟସ୍ତ କରିଛି। ସ୍ବାଭିମାନ ଅଂଚଳରେ ପୁଣି ପ୍ରଜାମେଳି ହୋଇଛି। ପଣସପୁଟ, ଯଡାମ୍ବ ଏବଂ ଅଣ୍ଡ୍ରାପାଲୀ ପଞ୍ଚାୟତର ଶତାଧିକ ଲୋକ ଓରାପଦର ଘାଟ ଠାରେ ଏକତ୍ରିତ ହୋଇ ଓରାପଦର ଏବଂ କଦଳୀଘାଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ। ଦୀର୍ଘ ୬୦ ବର୍ଷରେ ଏହି ଦୁଇ ନଦୀ ଘାଟରେ ହଜାର ହଜାର ଲୋକଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରଶାସନ ନିକଟରେ କୌଣସି ଖବର ନଥିବା କୁହାଯାଇଥିଲା।
/sambad/media/post_attachments/wp-content/uploads/2022/07/Mkg-swabhiman-anchala-re-prajameli-2-1-1024x503.jpg)
ଗୁରୁପ୍ରିୟା ସେତୁ ହେବା ପରେ ଏହି ଅଂଚଳର ବିକାଶ ଧାରା ଜୋରସୋରରେ ଚାଲିଥିଲେ ମଧ୍ୟ ଅଂଚଳବାସୀଙ୍କ ଦାବି ହେଲା ଓରାପଦର ଏବଂ କଦଳୀ ଘାଟରେ ମଧ୍ୟ ସେଭଳି ବ୍ରିଜ ନିର୍ମାଣ ହେଉ। ଏହି ନଦୀ ଘାଟରେ ବ୍ରିଜ ନିର୍ମାଣ ହେଲେ ଏହି ତିନି ପଞ୍ଚାୟତକୁ ଯିବା ଆସିବା ପାଇଁ ସୁବିଧା ହେବ ବୋଲି ଲୋକେ କହିଥିଲେ। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଲୋକେ ନଦୀରେ ବୁଟବୁଟିରେ ଛତା ଧରି ଓରାପଦର ଘାଟକୁ ଆସୁଥିବା ଦେଖିବାକୁ ମିଳିଥିଲା। ତିନୋଟି ପଞ୍ଚାୟତର ସରପଞ୍ଚ ସମେତ ବହୁ ମୁଖିଆ ଲୋକମାନେ ଏକତ୍ର ହୋଇ ସରକାରଙ୍କୁ ଏନେଇ ଦାବି କରିବେ ଏବଂ ଆଗାମୀ ଦିନରେ ଦରକାର ପଡିଲେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ହୋଇଥିବା ଏହି ଅଂଚଳକୁ ସରକାର ସ୍ବତନ୍ତ୍ର ଫୋକସ କରୁଥିବାରୁ ଲୋକେ ତୁରନ୍ତ ଏଠାରେ ବ୍ରିଜ ନିର୍ମାଣ ହେବା ନେଇ ଆଶା ବନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-swabhiman-anchala-re-prajameli-2.jpg)