ଭଦ୍ରକରେ ଲଘୁଚାପ ବର୍ଷା ଆରମ୍ଭ, ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି

ଭଦ୍ରକ: ଲଘୁଚାପ ପୂର୍ବରୁ ଭଦ୍ରକରେ ବର୍ଷା ଆରମ୍ଭ ହୋଇଯାଇଛି। ଜିଲ୍ଲାର ସବୁ ବ୍ଲକ ବର୍ଷାରେ ଭିଜିବା ପରେ ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଦିନ ଗୋଟଏରୁ ବର୍ଷା ଆରମ୍ଭ ହୋଇଥିଲା।। ବର୍ଷା ଯୋଗୁଁ ଚାଷ ବିଲରେ ପାଣି ହୋଇଛି। ଯେଉଁ ବିଲ ସବୁ ଫାଟି ଆଁ କରିଥିଲା, ସେ ବିଲରେ ବର୍ଷା ପାଣି ଜମିଛି।

ଆଜି ଶ୍ରାବଣର ମାସର ପ୍ରଥମ ବର୍ଷା ଭଦ୍ରକ ଜିଲ୍ଲାର ଚାଷୀ ମନକୁ ଆନନ୍ଦ ଆଣି ଦେଇଛି। ଲଘୁଚାପ ବର୍ଷା ଦୁଇ ତିନି ଦିନ ଲାଗି ରହିଲେ ବିଲରେ ପାଣି ହୋଇଯିବ। ଚାଷୀ ତାର ଚାଷ କାମରେ ପଛରେ ପଡିଥିବା ବେଳେ ଏଇ କାମକୁ ଆଗକୁ ଦେଇଯିବ ବୋଲି କିଛି ଚାଷୀ ନିଜର ମତ ଦେଇଛନ୍ତି।

ଚଳିତ ବର୍ଷ ଶ୍ରାବଣ ମାସରେ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଥିବାରୁ ବିଲରେ ପାଣି ନଥିଲା। ଯେଉଁ ଥିପାଇଁ ଚାଷୀର ଚାଷ କାମ ଆଗକୁ ଯାଇ ପାରୁ ନଥିଲା। ତଳି ଧାନ ଗଜା ମରୁଡି ହେବାର ଆଶଙ୍କା ଥିଲା। ଆକାଶରେ ବର୍ଷା ନଥିବାରୁ ଜିଲ୍ଲାର ଚାଷୀ ଚିନ୍ତାରେ ଥିଲା। ବୁଣା ବିଲରେ ବିହୁଡା ଓ ଯାଆଁଳ କାମ ହୋଇପାରୁ ନଥିଲା। ଯେଉଁ ସବୁ ବିଲରେ ଚାଷୀ ଆଗୁଆ ବିହୁଡା ଓ ଯାଆଁଳ କାମ କରି ଦେଇଥିଲେ, ସେଇ ବିଲରେ ପାଣି ନଥିବାରୁ ଧାନ ଗଛ ଉପରେ ଘାସ ଚରି ଯାଇଥିଲା। ଏବେ ବର୍ଷା ପାଣି ବିଲରେ ଜମିବାରୁ ଲୋକେ ବିଲ ବଛା କାମ ଆରମ୍ଭ କରିବେ।

ସେହିପରି ଯେଉଁ ବିଲରେ ତଳି ପଡିଥିଲା, ସେହିସବୁ ବିଲରୁ ଏବେ ଉପାଡି ଲୋକେ ରୁଆ ପୋତା ଆରମ୍ଭ କରିବେ। କେତେକ ସ୍ଥାନରେ ଚାଷୀ ରୁଆ ପୋତା କାମ କରିଥିଲେ। ସେମାନଙ୍କ ରୁଆ ବିଲରେ ପାଣି ନଥିବାରୁ ରୁଆ ଧାନ ଗଛ ସବୁ ପତ୍ର ପୋଡି ଯାଇଥିବା ବେଳେ ଆଉ କେତେକ ଚାଷୀଙ୍କର ରୁଆ ବିଲରେ ଧାନ ଗଛ ହଳଦିଆ ପଡିଯାଇଥିଲା।

ସମ୍ବନ୍ଧିତ ଖବର