ରେଫରାଲ ସେଣ୍ଟର ପାଲଟିଛି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ

ଘାଟି ରାସ୍ତାରେ ପ୍ରସବ କଲେ ମହିଳା

ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟ ପାଲଟିଛି ରେଫରାଲ ସେଣ୍ଟର । ନାମକୁ ମାତ୍ର ଉପଖଣ୍ଡ ଚିକିତ୍ସାଳୟ କିନ୍ତୁ କାମ ଚାଲିଛି ସ୍ୱାସ୍ଥ ଉପକେନ୍ଦ୍ର ଭଳି। ଛୋଟ ଛୋଟ ରୋଗରେ କିମ୍ବା ସାମାନ୍ୟ ଆହତ ହେଲେ ବାରିପଦା ମୁଖ୍ୟ ଚିକିତ୍ସ୍ୟାଳୟକୁ ରେଫର୍ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ସାଧାରଣ ପ୍ରସବ ପାଇଁ ମଧ୍ୟ ବାରିପଦାକୁ ସ୍ଥାନାନ୍ତରିତ କରାଯାଉଛି । ରୋଗୀର ଆର୍ଥିକ ବା ଶାରୀରିକ ଅବସ୍ଥା କଥା ବୁଝିବାକୁ ମଧ୍ୟ କେହି ନାହାଁନ୍ତି । ରେଫର୍ କରି ନିଜ ଦାୟିତ୍ୱରୁ ମୁକ୍ତ ହୋଇ ଯାଉଛନ୍ତି ଡାକ୍ତର,ନର୍ସ ଏବଂ କର୍ମଚାରୀ ।

ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଇରଙ୍ଗପୁର ବ୍ଲକର ହଳଦା ଗ୍ରାମର ଆରତୀ ଗୋପ ନାମକ ମହିଳା ରାତିରେ ପ୍ରସବ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେହି ସମୟରେ ଡାକ୍ତର ନ ଥିବାରୁ ଅବସ୍ଥା ଗୁରୁତର କହି ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିଲା । ତେବେ ଆମ୍ବୁଲାନ୍ସରେ ନେବା ସମୟରେ ଆମ୍ବୁଲାନ୍ସ ଭିତର ହିଁ ବାଙ୍ଗିରିପୋଷି ଘାଟି ମଝିରେ ହିଁ ପିଲା ଜନ୍ମ ହୋଇଥିଲା ।

ପରେ ଆମ୍ବୁଲାନ୍ସଟି ବାଙ୍ଗିରିପୋଷି ଡାକ୍ତରଖାନାରେ ଛାଡି ଚାଲିଗଲା । ତେବେ ପ୍ରଶ୍ନ ଉଠୁଛି ଯଦି ମହିଳାଙ୍କ ଅବସ୍ଥା ଗୁରୁତର ଥିଲା ତେବେ ଘାଟୀରେ ଆମ୍ବୁଲାନ୍ସ ଭିତରେ ନର୍ମାଲ୍ ଡେଲିଭରି କେମିତି ହେଲା ବୋଲି ପ୍ରଶ୍ନ ଉଠୁଛି । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଇଦେଇଛି । ତେବେ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୁଏ । ତେବେ ଏନେଇ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ନଦେଲେ ରୋଗୀଙ୍କ ଜୀବନ ପ୍ରତି ମଧ୍ୟ ଭୟ ରହିଛି । ଏଣୁ ଯଥାଶୀଘ୍ର ତାହାର ସମାଧାନ କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର