ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତର ସାନଶିମଳା ଗ୍ରାମର ଓଡ଼ିଶା ସରକାରଙ୍କ ସ୍ବୀକୃତିପ୍ରାପ୍ତ ଛଉନୃତ୍ୟ ପ୍ରତିଷ୍ଠାନ ନେହେରୁ ଛଉନୃତ୍ୟ ଶିକ୍ଷାର୍ଥୀ ପ୍ରତିଷ୍ଠାନ ଛଉନୃତ୍ୟ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ଓଡ଼ିଶା ବାହାରେ ମଧ୍ୟ ପୁରସ୍କୃତ ହେବା ସହିତ ପ୍ରଶଂସିତ ହେଉଥିବା ବେଳେ ନାଗାଲାଣ୍ଡର ଦିମାପୁର ଠାରେ ଚାଲିଥିବା ଅମୃତ ଯୁବ କଳା ଉତ୍ସବ-୨୦୨୩ରେ ଏହି ଛଉନୃତ୍ୟ ପ୍ରତିଷ୍ଠାନ ଜଲୱା ଦେଖାଇ ପୁରସ୍କୃତ ହୋଇଛି।

Advertisment

ନିର୍ଦେଶକ ସନ୍ତୋଷ କୁମାର ମହାନ୍ତଙ୍କ ନେତୃତ୍ୟରେ ପ୍ରତିଷ୍ଠାନର ନୃତ୍ୟ ବିଭାଗର ଦିବାର ନାଏକ, ଶିବୁଚରଣ ମହାନ୍ତ, ହିରାଲାଲ୍ ସର୍ଦ୍ଧାର୍, ମହେଶ୍ୱର ମୁଣ୍ଡା, ରଜତ କୁମାର ମହାନ୍ତ, ଲାଲଟୁ ମହାନ୍ତ, କ୍ରୀଷ୍ନା ଘୁନିଆ, କୈଳାଶ ପାତ୍ର ଏବଂ ବାଦ୍ୟ ବିଭାଗର ସୁନିଲ କୁମାର ମହାନ୍ତ, କୃଷ୍ଣ ସିଂହ ମହାନ୍ତ, ଛୁଟୁ ମହାନ୍ତ, ସୃଷ୍ଟିଧର ମହାନ୍ତ, ବୈଦନାଥ ଘୁନିଆ ପ୍ରମୁଖ “ମୟୂରଭଞ ଛଉ” ନୃତ୍ୟ ପରିବେଷଣ କରି ସମ୍ମାନିତ ହୋଇଛନ୍ତି। ରାଇରଙ୍ଗପୁରରେ ଛଉନୃତ୍ୟ ଶିଳ୍ପୀମାନେ ପହଂଚିବା ପରେ ଅନୁଷ୍ଠାନ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।